କନକବ୍ୟୁରୋ : ଦିଲ୍ଲୀରେ ନିର୍ବାଚନ ତାତି । ଆଜି ଆର.କେ ପୂରମରେ ରାଲି କରିବା ସହ କେଜରିୱାଲ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆପ ସରକାରରେ ହୋଇଥିବା ଦୁର୍ନୀତି କଥା କହି କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଏହାସହ ଦିଲ୍ଲୀର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଆହ୍ବାନ କରିଛନ୍ତି । ସୁଚନା ଅନୁଯାୟୀ ଦିଲ୍ଲୀ ବିଧାନସଭା ନିର୍ବାଚନ । ଜୋର ଧରିଛି ନିର୍ବାଚନୀ ପ୍ରଚାର । ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ଚାଲିଛି ମାରାଥନ ପ୍ରଚାର। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଜୋରଦାର ପ୍ରଚାର ।
ପୁରା ଦିଲ୍ଲୀରେ ଡୋର ଟୁ ଡୋର ପ୍ରଚାର କରୁଛନ୍ତି ଆପ ନେତା । ଆତିଶୀ, ମନୀଷ ସିସୋଦିଆ, ସଂଜୟ ସିଂହ ଓ କେଜରିୱାଲଙ୍କ ସହ ମାରାଥନ ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଏଥର ଦିଲ୍ଲୀ ନିର୍ବାଚନ ହାତେଇବାକୁ ଲକ୍ଷ୍ୟ ରଖିଛି । ସନ୍ଦୀପ ଦିକ୍ଷୀତଙ୍କ ନେୃତୃତ୍ଵରେ ଦିଲ୍ଲୀରେ ଚାଲିଛି କଂଗ୍ରେସର ପ୍ରଚାର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର କ୍ୟାମ୍ପେନ।ସରକାରଙ୍କ ଭୁଲ ନୀତିକୁ ନେଇ ଲୋକଙ୍କ ନିକଟକୁ ଯାଇ ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ ଓ ନେତା