କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନକୁ ନେଇ ସରଗରମ ପଲଟିକାଲ ବାକଯୁଦ୍ଧ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ବିରୋଧୀ ବିଜେପି ଓ ଶାସକ ଆପ୍ ମଧ୍ୟରେ କଡା ଫାଇଟ୍ ହେବାକୁ ଯାଉଥିବା ବେଳେ ଏଥିରେ ପଛରେ ପଡିନି କଂଗ୍ରେସ । କାରଣ ଭୋଟ୍ ହାତେଇବାକୁ ପାଇଁ କଂଗ୍ରେସ ବି ଗ୍ରାଉଣ୍ଡକୁ ଓହ୍ଲାଇଲାଣି । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏଥର ପ୍ରଚାର ମଇଦାନରେ ପଇଁତରା ମାରୁଛନ୍ତି । କାରଣ ଗତ ୨୦୨୦ ନିର୍ବାଚନରେ ହାତ ଖାତାକୁ ମାତ୍ର ୫ ପ୍ରତିଶତ ଭୋଟ୍ ଯାଇଥିବା ବେଳେ ଏଥର କେତେ ଭୋଟ୍ ଯିବ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଖାଲି ଏତିକି ନୁହେଁ ବରଂ ଏଥର ଦିଲ୍ଲୀ ଦିଲ୍ କିଏ ଜିତିବ ତାହାକୁ ନେଇ ବି ଚର୍ଚ୍ଚା ଜୋରଦାର । କଥାହେଲା, ୨୦୧୫ ରୁ ୨୦୨୦ ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ଖାତା ଖୋଲିପାରିନଥିଲା । ତେଣୁ ଏଥର ନିର୍ବାଚନରେ ଭୋଟ୍ ନେବାକୁ ବଡ଼ ପ୍ରୟାସ କରୁଛି କଂଗ୍ରେସ । ଏହାରି ଭିତରେ ଦିଲ୍ଲୀର ୭୦ ଆସନ ପାଇଁ ହାତ ପ୍ରାର୍ଥୀ ପ୍ରସ୍ତୁତି କରିସାରିଛି । ତେଣୁ ଏବେ ଭୋଟ୍ ହାତେଇବାକୁ ପ୍ଲାନ କରୁଛି ଦଳ ।
ଭାଇ-ଭଉଣୀ ମିଶି ୧୨ ରାଲି
ପ୍ରଚାର ମଙ୍ଗ ଧରିଛନ୍ତି ରାହୁଲ-ପ୍ରିୟଙ୍କା
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ୧୦ ବର୍ଷର ଶାସକ ଦଳକୁ ଚକମା ଦେବା ପାଇଁ ପୁରା ପ୍ଲାନ କରିଛି ବିଜେପି । ଖାଲି ଏତିକି ନୁହେଁ ବରଂ ବହୁଚର୍ଚ୍ଚିତ ମଦ ଦୁର୍ନୀତିରେ ଘାଇଲା ହୋଇଛନ୍ତି କେଜ୍ରିୱାଲ । ସେଇଥି ଲାଗି ତ ବିଜେପିର ଶୀର୍ଷ ନେତୃତ୍ବ କେଜ୍ରିୱାଲଙ୍କୁ ସମାଲୋଚନା କରିବା ସହିତ ଆଗାମୀ ଦିନରେ ଦିଲ୍ଲୀ ଜଙ୍ଗରେ ବିଜେପି ହିଁ ଲୋକଙ୍କ ବିଶ୍ବାସ ଜିତିବ ବୋଲି କହୁଛନ୍ତି ନେତା । ସେପଟେ କଂଗ୍ରେସ ଆପ୍କୁ ଟାର୍ଗେଟ୍ କରିବା ସହିତ ପ୍ରବଳ ବର୍ଷିଥିଲେ ରାହୁଲ ଗାନ୍ଧି । କହିଥିଲେ, ମୋଦି-କେଜ୍ରିୱାଲଙ୍କ ଭିତରେ କିଛି ଫରକ ନାହିଁ । ଏହାସହ କଂଗ୍ରେସ କହିଛି, ବର୍ତ୍ତମାନ ସମୟରେ ରାହୁଲ ଗାନ୍ଧିଙ୍କ ଉପରେ ସର୍ବାଧିକ ବିଶ୍ବାସ ଲୋକଙ୍କର ରହିଛି । ସେପଟେ, ୱାଇନାଡରୁ ସାଂସଦ ହେବା ପରେ ପ୍ରିୟଙ୍କା ମଧ୍ୟ ଦିଲ୍ଲୀ ନିର୍ବାଚନ ଲାଗି ମଇଦାନରେ ପହଞ୍ଚିଛନ୍ତି । ଉଭୟ ରାହୁଲ ଓ ପ୍ରିୟଙ୍କା ମିଶି ରାଲି କରିବା ସହିତ କଂଗ୍ରେସ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି । ଆଉ ଆଶା ରଖିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଉପରେ ଲୋକେ ଭରସା କରିବେ ।
ରୋଡ୍ ସୋ’ ରେ କେଜ୍ରିୱାଲଙ୍କୁ ଟାର୍ଗେଟ୍
ଦିଲ୍ଲୀ ନିର୍ବାଚନ ଲାଗି ରୋଡ୍ କରିବେ ରାହୁଲ । ଖାଲି ରାହୁଲ କାହିଁକି ବରଂ ପ୍ରିୟଙ୍କା ଗାନ୍ଧି ବି ରୋଡ୍ ସୋ' କରିବେ । ଆଉ ସୋ’ରେ କେଜ୍ରିୱାଲଙ୍କୁ ରାହୁଲ ଟାର୍ଗେଟ୍ କରିବେ ବୋଲି କୁହାଯାଉଛି । କାରଣ ପୂର୍ବରୁ ବି ରାହୁଲଙ୍କ ଟାର୍ଗେଟ୍ରେ କେଜ୍ରିୱାଲ ଥିଲେ । ଅବଶ୍ୟ କେଜ୍ରିୱାଲ ଏହାର ଉତ୍ତର ରଖିଥିଲେ । ହେଲେ ରାହୁଲ ଏଥର କେଉଁ ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି ତାହା ସମୟ କହିବ ।
ବିଜେପିକୁ କ୍ଷମତା ଦୂରେଇବା ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ୍
କେନ୍ଦ୍ରରେ ମୋଦି ତୃତୀୟ ଥର ପାଇଁ କ୍ଷମତାରେ ଅଛନ୍ତି । ହେଲେ ମୋଦି ପିଏମ ହେବା ପରେ କେବେ ହେଲେ ଦିଲ୍ଲୀରେ ସରକାର ଗଠନ କରିନି ବିଜେପି । ତେଣୁ ଏଥର ଦିଲ୍ଲୀର ଦିଲ ଜିତିବା ପାଇଁ ବିଜେପି ମାଷ୍ଟର ପ୍ଲାନ କରିଛି । ହେଲେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି କଂଗ୍ରେସ ବି ଚକ୍ରାନ୍ତ କରିଛି । ସେଇଥି ଲାଗି ତ ମାଳମାଳ ଯୋଜନା ପ୍ରସ୍ତୁତି କରିଛି ଦଳ । ଏବେ ଗୋଟିଏ କଥା ଦେଖିବାକୁ ବାକି ରହିଲା କାହା ଚକ୍ରାନ୍ତରେ କିଏ ଫଶୁଛି ?