କନକ ବ୍ୟୁରୋ: ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ । ଫେବୃଆରୀ ୫ରେ ପଡିବ ଭୋଟ ଓ ୮ରେ ପ୍ରକାଶ ପାଇବ ଫଳାଫଳ । ଏଥରକ ଦିଲ୍ଲୀ ସିଂହାସନ ହାତେଇବା ପାଇଁ ସବୁଦଳ କସରତ କରୁଛନ୍ତି । ତ୍ରିମୁଖୀ ଲଢ଼େଇରେ ମୁହାଁମୁହିଁ ହେବେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ।
ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ୭୦ଟି ଯାକ ଆସନରେ ଗୋଟିଏ ପର୍ୟ୍ୟାୟରେ ପଡିବ ଭୋଟ । ରାଜଧାନୀବାସୀ ଭୋଟ କରିବେ। ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ମଧ୍ୟ
ଦିଲ୍ଲୀ ନିର୍ବାଚନ ବିଗୁଲ
ଫେବ୍ରୁଆରି ୮ରେ ଫଳାଫଳ ପ୍ରକାଶ
୧୦ ଜାନୁଆରିରେ ବିଜ୍ଞପ୍ତି ପ୍ରକାଶ
ନାମାଙ୍କନ ଦାଖଲ ଶେଷ ତାରିଖ ୧୭ ଜାନୁଆରୀ
ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୦ ଜାନୁଆରୀ
ଶାସକ ଆପକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଓ କଂଗ୍ରେସ ଏଥର ଜୋରଦାର ଉଦ୍ୟମ କରିବେ।ତେବେ ୩ଟି ପ୍ରମୁଖ ପ୍ରତିଦ୍ବନ୍ଦୀଙ୍କ ସାମ୍ନାରେ ଅନେକ ବଡ ଚ୍ୟାଲେଞ୍ଜ ରହିବ ।
ଆପ ପାଇଁ ଚ୍ୟାଲେଞ୍ଜ
ଆପ ପାଇଁ ସମସ୍ୟା ଆଣିପାରେ ଦୁର୍ନୀତି ପ୍ରସଙ୍ଗ । ୨୦୧୩ରେ ଏହାକୁ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ କରି ଦଳ ଦିଲ୍ଲୀ କବଜା କରିଥିଲା । ଏବେ ତାହା ବେକର ଫାଶ ପାଲଟିଛି । ମଦ ନୀତି ଦୁର୍ନୀତି ଅଭିଯୋଗରେ ଫସିଛନ୍ତି ଆପର ନେତା ମନ୍ତ୍ରୀ । ଏପରିକି ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜେଲ ଯିବାକୁ ପଡିଛି । ଯାହାର ପ୍ରଭାବ ଏଥର ନିର୍ବାଚନରେ ଦେଖିବାକୁ ମିଳିପାରେ । ସରକାର ବିରୋଧୀ ହାୱା ବି ବଡ ଆହ୍ବାନ ହୋଇପାରେ ।
ବିଜେପି ପାଇଁ ଚ୍ୟାଲେଞ୍ଜ
ଆପକୁ ଟକ୍କର ଦେଇ ବିଜେପି ମଧ୍ୟ ମାଳ ମାଳ ପ୍ରତିଶ୍ରୁତି ଘୋଷଣା କରୁଛି । କିନ୍ତୁ ଘରକୁ ଘର ବୁଲି କେଜ୍ରିୱାଲଙ୍କ ଜନସର୍ମ୍ପକ ରଣନୀତି ତୁଳନାରେ ବିଜେପି ଦୁର୍ବଳ ରହିଛି । କେଜ୍ରିୱାଲଙ୍କ କମନ ମ୍ୟାନ ଭାବମୂର୍ତ୍ତିକୁ ବିଗାଡିବାରେ ଶତପ୍ରତିଶତ ସଫଳ ହୋଇପାରିନି ବିଜେପି। ଅନ୍ୟପଟେ ଦଳ ପାଖରେ ଟାଣୁଆ ମୁଖ୍ୟମନ୍ତ୍ରୀ ଚେହରାର ଅଭାବ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇପାରେ
କଂଗ୍ରେସ ପାଇଁ ଚ୍ୟାଲେଞ୍ଜ
କଂଗ୍ରେସ ପାଇଁ କର ବା ମର ସ୍ଥିତି । ସମ୍ମାନ ଓ ଅସ୍ତିତ୍ବ ବଞ୍ଚାଇବାକୁ ଦଳ ନିର୍ବାଚନ ଲଢ଼ିବ । ଶିଲା ଦିକ୍ଷିତଙ୍କ ପରେ କଂଗ୍ରେସର କୌଣସି ଟାଣୁଆ ଚେହେରାଙ୍କୁ ବିଗତ ୩ଟି ନିର୍ବାଚନରେ ଦେଖିବାକୁ ମିଳିନି । ଅନ୍ୟପଟେ ଦିଲ୍ଲୀବାସୀଙ୍କ ସହ ଦଳର ୧୩ବର୍ଷ ଦୂରତା ଆଶାନୂରପ ଫଳ ଦେଇନପାରେ ।
ଏବେ ନଜର ପକାଇବା ଗତ ୩ଟି ନିର୍ବାଚନରେ କ’ଣ ରହିଥିଲା ଦିଲ୍ଲୀର ସ୍ଥିତି
ଦିଲ୍ଲୀ ବିଧାନସଭା ଫଳାଫଳ ୨୦୧୩
ବିଜେପି – ୩୨
ଆପ୍ – ୨୮
କଂଗ୍ରେସ – ୮
ଦିଲ୍ଲୀ ବିଧାନସଭା ଫଳାଫଳ ୨୦୧୫
ଆପ – ୬୭
ବିଜେପି – ୩
କଂଗ୍ରେସ – ୦
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫
ମୋଟ୍ ଭୋଟର ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮
ପୁରୁଷ ଭୋଟର ୮୩ ଲକ୍ଷ ୪୯, ୬୪୫
ମହିଳା ଭୋଟର ୭୧ ଲକ୍ଷ ୭୩, ୯୫୨
ତୃତୀୟ ଲିଙ୍ଗି ଭୋଟର ୧,୨୬୧
ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଭିତରେ ତ୍ରିକୋଣୀୟ ଲଢେଇ
ଦିଲ୍ଲୀ ବିଧାନସଭା କାର୍ୟ୍ୟକାଳ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ସରୁଛି
ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ହେବ ମତଦାନ
୭୦ଟି ଆସନ ପାଇଁ ଆପ୍ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି
ବିଜେପି ଓ କଂଗ୍ରେସ ମଧ୍ୟ କିଛି କିଛି ଆସନ ପାଇଁ ପ୍ରାର୍ଥ ଘୋଷଣା କରିଛନ୍ତି
ପୁଣି ଥରେ କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ଶାସକ ଆପ୍
୩ଟି ଯାକ ଦଳ ପାଇଁ ଏମିତି କିଛି ଚ୍ୟାଲେଞ୍ଜ ରହିଛି ଯାହା ଫଳାଫଳକୁ ସିଧାସଳଖ ପ୍ରଭାବିତ କରିପାରେ । ଯଦିଓ ଦଳଗୁଡିକ ଲୋଭନୀୟ ଯୋଜନା ଘୋଷଣା କରୁଛନ୍ତି ତଥାପି ଜନତା ଜନାର୍ଦ୍ଦନଙ୍କ ହାତରେ ରହିଛି ନିର୍ଣ୍ଣାୟକ ଫଇସଲା । ଯାହା ଫେବୃଆରୀ ୮ ଫଳାଫଳରେ ସ୍ପଷ୍ଟ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/01/07/MWIcNJgOYVSuhDZTmmVb.jpg)