କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ ଯେଉଁମାନେ ଭୋଟ୍‌ ଦେବେ ସେମାନଙ୍କୁ ମିଳିବ ବଡ଼ ରିହାତି । ଅର୍ଥାତ୍‌ ଭୋଟରଙ୍କୁ ମଲ୍‌, ରେସ୍ତୋରାଁ ଓ ମଲ୍‌ରେ ବିଶେଷ ଅଫର ମିଳିବ । ନିର୍ବାଚନରେ କେମିତି ରେକର୍ଡ ସଂଖ୍ୟାରେ ଭୋଟିଂ ହେବ ସେନେଇ ବଡ଼ ଘୋଷଣା କରାଯାଇଛି । ସାଧାରଣତଃ ସହରାଞ୍ଚଳରେ ଭୋଟ୍‌ ଦେବାକୁ ଅନେକ ଭୋଟର ଯାଉନଥିବା ଦେଖାଯାଏ, ତେଣୁ ଏଥର ଭୋଟ୍‌ ସଂଖ୍ୟା ବଢାଇବା ଲାଗି ବଡ଼ ଯୋଜନା କରାଯାଇଛି । ଚାମ୍ବର ଅଫ୍‌ ଟ୍ରେଡ୍ସ ଏଣ୍ଡ ଇଣ୍ତଷ୍ଟ୍ରୀ ଦିଲ୍ଲୀର ଭୋଟ୍‌ ସଂଖ୍ୟା ବଢାଇବାକୁ ଏମିତି ସାନଦାର ଓ ଧମାକାଦାର ଅଫର୍‌ ଘୋଷଣା କରିଛନ୍ତି ।

Advertisment

ଦିଲ୍ଲୀ ନିର୍ବାଚନ  : ଭୋଟ୍‌ ଦେଲେ ପାଇବେ ଅଫର୍‌
ମଲ୍‌, ରେସ୍ତୋରାଁ ସହ ହୋଟେଲ୍‌ରେ ମିଳିବ ରିହାତି
ସବୁଥିରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିଲାକ୍ସ
ସେଲୁନ ଓ ସ୍ପାରେ ମିଳିବ ଅଫର୍‌
କଫି ସପ୍‌ରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେବଳ ବଡ଼ ବଡ଼ ରେସ୍ତୋରାଁ, ମଲ ଓ ସପ୍‌ରେ ଅଫର ମିଳିବ ତାହା ନୁହେଁ ବରଂ ଛୋଟ ଛୋଟ ସପ୍‌, ଚା, କଫି ଦୋକାନ, ସେଲୁନ ଓ ସ୍ପାରେ ବି ମିଳିବ ରିହାତି । ତାହା ପୁଣି ୧୦ ପ୍ରତିଶତ ପର୍ଯ୍ୟନ୍ତ । ଏମିତି ଆକର୍ଷଣୀୟ ଅଫର୍‌ କେବଳ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ମତଦାନ କରିବା ଲାଗି । ନିର୍ଦ୍ଦେଶନାମାରେ କୁହାଯାଇଛି କି, ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଏହି ରିହାତି ଅଫର୍‌ ଓ ସ୍ପାରେ ମିଳିବ । 

ଯୋଜନାରେ ସାମିଲ ହୋଇଛନ୍ତି ୫୦୦ ସେଲୁନ୍‌

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ଯେହେତୁ ଦେଶର ରାଜଧାନୀ ଦିଲ୍ଲୀ ତେଣୁ ଏହା ଉପରେ ସମସ୍ତଙ୍କ ନଜର । ତେଣୁ ଦିଲ୍ଲୀରେ ରେକର୍ଡ ସଂଖ୍ୟାରେ ଭୋଟ୍‌କୁ ପ୍ରାଧାନ୍ୟ ଦିଆଯାଉଛି । ସେଇଥି ଲାଗି ତ ଚାମ୍ବର ଅଫ୍‌ ଟ୍ରେଡ୍ସ ଏଣ୍ଡ ଇଣ୍ତଷ୍ଟ୍ରୀ ଏମିତି ଘୋଷଣା କରିଛି । କଥାହେଲା, ଦିଲ୍ଲୀ ଜଙ୍ଗ ଜିତିବାକୁ ତିନି ପ୍ରମୁଖ ଦଳ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପରି ଅନେକ ଯୋଜନା ବି କରିଛନ୍ତି । ହେଲେ ଭୋଟ୍‌ ଦେବା ଲାଗି ଯେଉଁପରି ଯୋଜନା କରାଯାଇଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି । 

ଫେସିଆଲ, ହେୟାର କଟ୍‌ ଓ ମସାଜ୍‌ରେ ବଡ଼ ରିହାତି

ମତଦାତାଙ୍କ ଲାଗି ଘୋଷଣା ହୋଇଥିବା ଯୋଜନା ଅନୁସାରେ, ଯେଉଁମାନେ ଫେସିଆଲ,ହେୟାରକଟ୍‌ ଓ ମସାଜ୍‌ କରିବେ ସେମାନଙ୍କୁ ପାଖାପାଖି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଏହି ରିହାତିର ଲାଭ ଉଭୟ ପୁରୁଷ ଓ ମହିଳା ପାଇବେ । ଅବଶ୍ୟ ପ୍ରମାଣ ସ୍ବରୂପ ଭୋଟରଙ୍କୁ ନିର୍ଦ୍ଧାରିତ ପ୍ରମାଣ ଦେବାକୁ ପଡ଼ିବ ବୋଲି କୁହାଯାଇଛି । ମୋଟ୍‌ ଉପରେ ଦିଲ୍ଲୀ ନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି । କିଏ ଏଥର ଦିଲ୍ଲୀରେ ବାଜି ମାରିବ ତାହାକୁ ନେଇ ବି ଅନେକ ଆଲୋଚନା ହେଉଛି । ଏହାରି ଭିତରେ ଭୋଟରଙ୍କ ଲାଗି ଯେଉଁ ଅଫର ଘୋଷଣା କରାଯାଇଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଶନିବାର ଜଣାପଡ଼ିବ କାହା ଉପରେ ମୋହର ମାରୁଛନ୍ତି ଦିଲ୍ଲୀବାସୀ ।