ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ ; କହିଲେ, ମୁଁ ନୁହେଁ ଶିଶମହଲର ମୁଖ୍ୟମନ୍ତ୍ରୀ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କଟାକ୍ଷ । ଏକ ଟିଭି ସାକ୍ଷାତାକର କାର୍ଯ୍ୟକ୍ରମରେ ରେଖା କହିଛନ୍ତି ସେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଶିଶମହଲରେ ରହୁଥିବ ।

Delhi CM++

Delhi CM++ Photograph: (KanakNews)

କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କଟାକ୍ଷ । ଏକ ଟିଭି ସାକ୍ଷାତାକର କାର୍ଯ୍ୟକ୍ରମରେ ରେଖା କହିଛନ୍ତି ସେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଶିଶମହଲରେ ରହୁଥିବେ । ସେ ଜଣେ ସାଧାରଣ ମଣିଷ ଓ ସାଧାରଣ ଜନତାଙ୍କ ପାଇଁ । ତାଙ୍କ ସହ ଏକାଠି କାମ କରିବାରେ ରୁଚି ରଖେ । ୨୪ଘଣ୍ଟା ୭ଦିନ କାମ କରିବାକୁ ସେ ସକ୍ଷମ, ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ଏଥିସହ ବିଭିନ୍ନ ପ୍ରସଙ୍ଗ ଉଠାଇ ପୂର୍ବତନ ଆପ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରେଖା ।

ଶିଶମହଲ୍ ଯାହା ଏଥରକ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପାଇଁ ବ୍ରହ୍ମାସ୍ତ୍ର ସାଜିଥିଲା । ଯାହାକୁ ପ୍ରସଙ୍ଗ କରି କେଜ୍ରିୱାଲଙ୍କୁ ଶାଣିତ ଆକ୍ରମଣ କରିବା ସହ ଆପକୁ ଅନେକ ବାର ଘେରିଥିଲା । ତେବେ ସରକାର ବଦଳିଛି ବିଜେପି କ୍ଷମତାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe