କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କଟାକ୍ଷ । ଏକ ଟିଭି ସାକ୍ଷାତାକର କାର୍ଯ୍ୟକ୍ରମରେ ରେଖା କହିଛନ୍ତି ସେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଶିଶମହଲରେ ରହୁଥିବେ । ସେ ଜଣେ ସାଧାରଣ ମଣିଷ ଓ ସାଧାରଣ ଜନତାଙ୍କ ପାଇଁ । ତାଙ୍କ ସହ ଏକାଠି କାମ କରିବାରେ ରୁଚି ରଖେ । ୨୪ଘଣ୍ଟା ୭ଦିନ କାମ କରିବାକୁ ସେ ସକ୍ଷମ, ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ଏଥିସହ ବିଭିନ୍ନ ପ୍ରସଙ୍ଗ ଉଠାଇ ପୂର୍ବତନ ଆପ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରେଖା ।
ଶିଶମହଲ୍ ଯାହା ଏଥରକ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପାଇଁ ବ୍ରହ୍ମାସ୍ତ୍ର ସାଜିଥିଲା । ଯାହାକୁ ପ୍ରସଙ୍ଗ କରି କେଜ୍ରିୱାଲଙ୍କୁ ଶାଣିତ ଆକ୍ରମଣ କରିବା ସହ ଆପକୁ ଅନେକ ବାର ଘେରିଥିଲା । ତେବେ ସରକାର ବଦଳିଛି ବିଜେପି କ୍ଷମତାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/07/akR7dC3kuhfxlABTCYwo.jpg)