କନକ ବ୍ୟୁରୋ: ଦିଲ୍ଲୀରେ ବିଜେପି ସରକାର ଆସୁଆସୁ ବଡ଼ ଘୋଷଣା । ନୂଆ ସରକାରର ପ୍ରଥମ କ୍ୟାବିନେଟରେ ଆୟୁଷ୍ମାନ ଭାରତ ଯୋଜନାକୁ ମିଳିଲା ମଞ୍ଜୁରି । ଏହି ଯୋଜନା ଅନ୍ତର୍ଗତ ଦିଲ୍ଲୀ ସରକାର ୫ ଲକ୍ଷ ଓ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ଏହାବ୍ୟତୀତ ସିଏଜିର ୧୪ ଲମ୍ବା ବିଶିଷ୍ଟ ରିପୋର୍ଟକୁ ବିଧାନସଭାରେ ଆଗତ କରିବାକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ବ ନେବା ପରେ ରେଖା ଗୁପ୍ତା ତାଙ୍କର ପ୍ରଥମ କ୍ୟାବିନେଟ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀକୁ ବିକଶିତ ସହର କରିବା ପାଇଁ ଲଗାତର କାମ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏହି ମିଶନରେ ଗୋଟିଏ ବି ଦିନ ନଷ୍ଟ ନକରିବାକୁ ସେ କହିଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା, ସେସବୁ ପୂରଣ କରାଯିବ । କ୍ୟାବିନେଟ୍ ବୈଠକରେ ମହିଳା ସଶକ୍ତିକରଣ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଛି ।
ସତ୍ତାକୁ ବିଜେପି ଆସୁ ଆସୁ କ୍ୟାବିନେଟ୍ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି । ଦିଲ୍ଲୀରେ ଆୟୁଷ୍ମାନ ଯୋଜନାକୁ ମିଳିଲା ମଞ୍ଜୁରୀ ।
ଦିଲ୍ଲୀରେ ଆୟୁଷ୍ମାନ ଯୋଜନାକୁ ମିଳିଲା ମଞ୍ଜୁରୀ । ରେଖା ଗୁପ୍ତାଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ମୋଟ ୧୦ଲକ୍ଷ ଟଙ୍କାର ମିଳିବ ସ୍ବାସ୍ଥ୍ୟ ସୁବିଧା । ବିଧାନସଭାରେ ଆଗତ ହେବ ସିଏଜି ରିପୋର୍ଟ ।
/kanak/media/media_files/2025/02/21/TInN7v0vLEyeGyQnaH2j.jpg)