କନକ ବ୍ୟରୋ:  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀ ପାଇଁ ମୁଖ୍ୟମନ୍ତ୍ରୀ ବାଛିଲା ବିଜେପି । ସାଲିମାର ବାଗ ବିଧାନସଭା ସିଟ୍‌ ରୁ ପ୍ରଥମ ଥର ବିଜେପି ର ବିଧାୟକ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ରେଖା ରାଜ୍‌ । ଆସନ୍ତୁ ଜାଣିବା ରେଖାଙ୍କ ବିଷୟରେ କିଛି ଅଜଣା କଥା । 
 

Advertisment

ବୈଶ୍ୟ ସମୁଦାୟର ହେଉଛନ୍ତି ରେଖା ଗୁପ୍ତା । ମୁଳତଃ  ହରିୟାଣାର ଜିନ୍ଦର ବାସିନ୍ଦା ରେଖା । କିନ୍ତୁ  ଯତେବେଳେ ମାତ୍ର ଦୁଇ ବର୍ଷ ବୟସ ହୋଇଥିଲା ରେଖାଙ୍କୁ ନେଇ ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ । ରେଖା ପେଶାରେ ଜଣେ ଓକିଲ । ଏହା ପୂର୍ବରୁ ରେଖା ଜଣେ କାଉନସିଲର ଥିଲେ । ଆଉ ଏହି ନିର୍ବାଚନରେ ପ୍ରଥମ ଥର ବିଧାୟକ ହୋଇଥିଲେ । ଏବେ ଦିଲ୍ଳୀର ମୁଖୁମନ୍ତ୍ରୀ ହୋଛଇନ୍ତି ରେଖା । ଦିଲ୍ଲୀବାସୀଙ୍କ ଭାର ଏବେ  ରେଖାଙ୍କ କାନ୍ଧରେ। ରେଖାଙ୍କ ବିଷୟରେ ଜାଣିବା ପାଇଁ ଲୋକେ ଏବେ ଉତ୍ସୁକ।

ଆସନ୍ତୁ ଜାଣିବା ରେଖାଙ୍କ ପାଖରେ କେତେ ସମ୍ପତ୍ତି ? 

ରେଖା ଗୁପ୍ତାଙ୍କ ସମ୍ପତ୍ତି  ୫.୩୧ କୋଟି 
ରେଖା ଗୁପ୍ତାଙ୍କ  ଉପାର ଋଣ: ୧.୨୦ କୋଟି 
 ରେଖାଙ୍କ ବାର୍ଷିକ ଆୟ
୨୦୨୩-୨୪ ରେ ୬.୯୨ ଲକ୍ଷ (୭ ଲକ୍ଷ)
୨୦୨୨-୨୩ ରେ  ୪.୮୭ ଲକ୍ଷ (୫ ଲକ୍ଷ)
୨୦୨୧-୨୨ରେ ୬.୫୧ ଲକ୍ଷ (୬.୫ ଲକ୍ଷ)
୨୦୨୦-୨୧ରେ  ୬.୦୭ ଲକ୍ଷ (୬ ଲକ୍ଷ)
୨୦୧୯-୨୦ରେ  ୫.୮୯ ଲକ୍ଷ (୬ଲକ୍ଷ)
 ରେଖାଙ୍କ ସ୍ବାମୀଙ୍କ ଆୟ 
୨୦୨୩-୨୪ରେ ୯୭.୩୩ ଲକ୍ଷ (୯୭ ଲକ୍ଷ)
୨୦୨୨-୨୩ ରେ ୬୪.୫୬ ଳକ୍ଷ (୬୫ ଲକ୍ଷ )
୨୦୨୧-୨୨ରେ ୨୩.୧୩ ଲକ୍ଷ (୨୩ ଲକ୍ଷ)
ରେଖାଙ୍କ  ପାଖରେ ମାରୁତି XL6 (2020 ମଡେଲ) କାର ଅଛି।  ଯାହାର ମୂଲ୍ୟ  ପାଖାପାଖି ୪.୩୩ ଲକ୍ଷ ଟଙ୍କା । 
ପ୍ରଥମଥର ବିଧାୟକ ହେଇଥିବା ରେଖା, କେବେ ବି ବୋଧହୁଏ ଭାବିନଥିବେ, ତାଙ୍କୁ ମୁଖ୍ୟମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ ମିଳିପାରେ । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି, ଆଉ ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଏବଂ ଅତୀଶିଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା ।