କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ତାଙ୍କ ବାସଭବନରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି । ଅଭିଯୁକ୍ତ ରାଜେଶ ସାକ୍ରିୟା, ଗୁଜରାଟର ରାଜକୋଟ ନିବାସୀ, ମୁଖ୍ୟମନ୍ତ୍ରୀଙ୍କୁ କିଛି କାଗଜପତ୍ର ଦେଇ ଚାପୁଡ଼ା ମାରି ଚୁଟି ଟାଣିଥିଲେ । ସୁରକ୍ଷାକର୍ମୀ ତୁରନ୍ତ ଅଭିଯୁକ୍ତଙ୍କୁ ଧରି ସିଭିଲ ଲାଇନ୍ସ ଥାନାରେ ହାଜର କରିଛନ୍ତି । ଦିଲ୍ଲୀ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯(୧) ଅନୁଯାୟୀ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀଙ୍କ ହାତ ଓ ମୁଣ୍ଡରେ ଆଘାତ ମଧ୍ୟ ଲାଗିଛି । ବିଜେପି ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି । ଆପ୍‌ ନେତା ଅତିଶୀ ଓ କଂଗ୍ରେସ ନେତା ଦେବେନ୍ଦ୍ର ଯାଦବ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

Advertisment
  • ଅଭିଯୁକ୍ତ ରାଜେଶ ସାକ୍ରିୟା ଦିଲ୍ଲୀରେ ଗୁଜରାଟୀ ସମାଜ ଭବନରେ ରହୁଥିଲେ 
  •  ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ରେଖାଙ୍କ ବାସଭବନରେ ରେକି କରିଥିଲେ
  • ସାକ୍ରିୟାଙ୍କ ବିରୁଦ୍ଧରେ ରାଜକୋଟରେ ପୂର୍ବରୁ ୫ଟି ଆପରାଧିକ ମାମଲା ରହିଛି 
  • ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସେଲ୍‌ ଓ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ତଦନ୍ତ କରୁଛନ୍ତି