ଦିଲ୍ଲୀରେ ରେଖା ରାଜ୍ ; ଆଜି ରାମଲୀଳା ମୈଦାନରେ ଶପଥପାଠ

ଦିଲ୍ଲୀରେ ରେଖା ରାଜ୍ ।  ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ ପ୍ରବେଶ ବର୍ମା । ରାମଲୀଳା ମଇଦାନରେ ଆଜି ଶପଥ ସମାରୋହ

delhi cm

delhi cm Photograph: (kanakNews)

କନକ ବ୍ୟୁରୋ:  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା । ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି । ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ। 

ଶପଥ ନେବେ ମୁଖ୍ୟମନ୍ତ୍ରୀ, କିଏ କିଏ ଅତିଥି?

-ରାମଲୀଳା ମୈଦାନରେ ଭବ୍ୟ ଆୟୋଜନ
-ମୋଟ ୩ହଜାର ଅତିଥି ସାମିଲ ସମ୍ଭାବନା
-ଶପଥ ଗ୍ରହଣ ଉତ୍ସବ ପାଇଁ ତିନୋଟି ମଞ୍ଚ ତିଆରି କରାଯିବ
-ପ୍ରଥମ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ, ଉପରାଜ୍ୟପାଳ ଏବଂ ନୂତନ ମୁଖ୍ୟମନ୍ତ୍ରୀ ବସିବେ
-ଦିତ୍ବୀୟ ମଞ୍ଚରେ ଧାର୍ମିକ ନେତାମାନେ  ବସିବେ
-ତୃତୀୟ ମଞ୍ଚରେ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ରହିବେ
-ଭିଭିଆଇପି ଅତିଥିଙ୍କ ସହ ବସ୍ତିବାସିନ୍ଦାଙ୍କୁ ନିମନ୍ତ୍ରଣ
-କ୍ରୀଡା,ରାଜନୀତି,ଶିଳ୍ପପତି କ୍ଷେତ୍ରରୁ ଆସିବେ ବଛାବଛା ଅତିଥି
-ମୋଟ ୩୦ହଜାର ଅତିଥି ପହଞ୍ଚିବା ସମ୍ଭାବନା

ଦିନ ୧୧.୩୦ରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ କାର୍ୟ୍ୟକ୍ରମ । ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ନଜର ପକାଇବ କ’ଣ ରହିଛି କାର୍ୟ୍ୟସୂଚୀ 

ଶପଥ ପାଠର ସମ୍ପୂର୍ଣ୍ଣ ବିବରଣୀ

-ଦିନ ୧୧.୩୦ଟାରୁ କାଯ୍ୟକ୍ରମ ଆରମ୍ଭ  ହେବ 
-୧୨.୧୫ଟା ସୁଦ୍ଧା ଉପରାଜ୍ୟପାଳ, ସଚିବ ପହଁଚିବେ
-୧୨.୨୦ରେ ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଶୀର୍ଷ ନେତୃବୃନ୍ଦ ପହଁଚିବେ
-୧୨.୨୫ରେ ରାମଲୀଳା ମୈଦାନରେ ପହଁଚିବେ ପ୍ରଧାନମନ୍ତ୍ରୀ
-୧୨.୩୦ରୁ ଉପରାଜ୍ୟପାଳଙ୍କ ଭାଷଣ ରହିବ
-୧୨.୩୫ରେ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାରେ ଶପଥ ପାଠ କରାଇବେ ଉପରାଜ୍ୟପାଳ
-୧୨.୪୫ରେ  କାର୍ୟ୍ୟକ୍ରମ ଶେଷ ହେବ 
-ପ୍ରାୟ ଏକ ଘଣ୍ଟା ଧରି ଚାଲିବ ଶପଥ ପାଠ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe