କନକ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା । ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି । ଆଜି ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ।
ଶପଥ ନେବେ ମୁଖ୍ୟମନ୍ତ୍ରୀ, କିଏ କିଏ ଅତିଥି?
-ରାମଲୀଳା ମୈଦାନରେ ଭବ୍ୟ ଆୟୋଜନ
-ମୋଟ ୩ହଜାର ଅତିଥି ସାମିଲ ସମ୍ଭାବନା
-ଶପଥ ଗ୍ରହଣ ଉତ୍ସବ ପାଇଁ ତିନୋଟି ମଞ୍ଚ ତିଆରି କରାଯିବ
-ପ୍ରଥମ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ, ଉପରାଜ୍ୟପାଳ ଏବଂ ନୂତନ ମୁଖ୍ୟମନ୍ତ୍ରୀ ବସିବେ
-ଦିତ୍ବୀୟ ମଞ୍ଚରେ ଧାର୍ମିକ ନେତାମାନେ ବସିବେ
-ତୃତୀୟ ମଞ୍ଚରେ ନିର୍ବାଚିତ ଏମ୍ପି ଏବଂ ବିଧାୟକ ରହିବେ
-ଭିଭିଆଇପି ଅତିଥିଙ୍କ ସହ ବସ୍ତିବାସିନ୍ଦାଙ୍କୁ ନିମନ୍ତ୍ରଣ
-କ୍ରୀଡା,ରାଜନୀତି,ଶିଳ୍ପପତି କ୍ଷେତ୍ରରୁ ଆସିବେ ବଛାବଛା ଅତିଥି
-ମୋଟ ୩୦ହଜାର ଅତିଥି ପହଞ୍ଚିବା ସମ୍ଭାବନା
ଦିନ ୧୧.୩୦ରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ କାର୍ୟ୍ୟକ୍ରମ । ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ନଜର ପକାଇବ କ’ଣ ରହିଛି କାର୍ୟ୍ୟସୂଚୀ
ଶପଥ ପାଠର ସମ୍ପୂର୍ଣ୍ଣ ବିବରଣୀ
-ଦିନ ୧୧.୩୦ଟାରୁ କାଯ୍ୟକ୍ରମ ଆରମ୍ଭ ହେବ
-୧୨.୧୫ଟା ସୁଦ୍ଧା ଉପରାଜ୍ୟପାଳ, ସଚିବ ପହଁଚିବେ
-୧୨.୨୦ରେ ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଶୀର୍ଷ ନେତୃବୃନ୍ଦ ପହଁଚିବେ
-୧୨.୨୫ରେ ରାମଲୀଳା ମୈଦାନରେ ପହଁଚିବେ ପ୍ରଧାନମନ୍ତ୍ରୀ
-୧୨.୩୦ରୁ ଉପରାଜ୍ୟପାଳଙ୍କ ଭାଷଣ ରହିବ
-୧୨.୩୫ରେ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାରେ ଶପଥ ପାଠ କରାଇବେ ଉପରାଜ୍ୟପାଳ
-୧୨.୪୫ରେ କାର୍ୟ୍ୟକ୍ରମ ଶେଷ ହେବ
-ପ୍ରାୟ ଏକ ଘଣ୍ଟା ଧରି ଚାଲିବ ଶପଥ ପାଠ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/20/fPTDOawnMPJgPTLfGB7S.jpg)