କନକ ବ୍ୟୁରୋ: ବୁଧବାର ଆମ ଆଦମୀ ପାର୍ଟି ର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି । ଏହି ସମୟରେ ସେ ଦିଲ୍ଲୀ ସରକାରଙ୍କ ଯୋଜନାକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏକ ଜାଲ ମାମଲାରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରାଯାଇପାରେ । କେଜ୍ରିୱାଲ କହିଛନ୍ତି ପୁଣି ଥରେ ଆପର ବରିଷ୍ଠ ନେତାଙ୍କୁ ଫସାଇବାକୁ ପାଇଁ ବିଜେପି ଷଡଯନ୍ତ୍ର ଆରମ୍ଭ କରିଛି । ମିଛ ମାମଲାରେ ଫସାଇ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ ଚାହୁଁଛି । ପରିବହନ ବିଭାଗରେ ଫର୍ଜୀ ମାମଲା କରି ଗିରଫ କରିବାକୁ ବିଜେପି ଯୋଜନା କରିଛି । ନିକଟରେ ଇଡି, ସିବିଆଇ ଏବଂ ଆଇଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଖୁବ ଶୀଘ୍ର ଆମର ଆପ ନେତାଙ୍କ ଉପରେ ଆକ୍ରମଣ ହେବ ।
ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ? ପୁଣି ଘାରିଲାଣି ଇଡି,ସିବିଆଇ ଭୟ
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ପୁଣି ଘାରିଲାଣି ଇଡି,ସିବିଆଇ ଭୟ । ବିଜେପି ଉପରେ ଷଡଯନ୍ତ୍ର ଅଭିଯୋଗ ଆଣିଲା ଦଳ । ଖୁବଶିଘ୍ର ମୁଖ୍ୟମନ୍ତ୍ରୀ ଆତିସୀ ମାର୍ଲେନାଙ୍କ ଗିରଫକୁ ନେଇ ଆଶଙ୍କା ପ୍ରକାଶ କଲେ ଅରବିନ୍ଦ କେଜ୍ରିୱାଲ ।
/kanak/media/media_files/2024/12/25/fB2MYoFs1N0fH1MRRlr9.jpg)