କନକ ବ୍ୟୁରୋ: ପୁଣି ତେଜିଲା ଆପ୍ ଓ ଏଲଜି କଳି । ମେୟର ଶେଲି ଓବରୟ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଭିତରେ ପୁଣି ତେଜିଲା ବିବାଦ । ଦିଲ୍ଲୀ ନଗର ନିଗମର ଷ୍ଟାଣ୍ଡିଂ କମିଟିର ଅନ୍ତିମ ଖାଲି ପଡିଥିବା ପଦବୀ ଭୋଟିଂ ମେୟର ସ୍ଥଗିତ ରଖିଥିବାବେଳେ ତାଙ୍କ ଆଦେଶକୁ ବଦାଇ ଦେଇଛନ୍ତି ଏଲଜି । ଗୁରୁବାର ଏହି ନିର୍ବାଚନ ନେଇ ଆଦେଶ ଦେଇଥିଲେ । ମାତ୍ର ଏଲଜି ଓ ଆପ୍ କଳି ଭିତରେ ଗତାକାଲି ଏହି ନିର୍ବାଚନ ହୋଇପାରିନାହିଁ । ଆଜି ଅପରାହ୍ମ ୧ଟାରୁ ଦିଲ୍ଲୀ ନଗର ନିଗମର ଷ୍ଟାଣ୍ଡିଂ କମିଟି ଖାଲି ପଡିଥିବା ପଦ ପାଇଁ ହେଉଛି ନିର୍ବାଚନ । ଦିଲ୍ଲୀ ନଗର ନିଗମ ପାଇଁ ନିର୍ଣ୍ଣ ନିଏ ଷ୍ଟାଣ୍ଡିଂ କମିଟି । ଏଥିଲେ ୧୮ ଜଣ ସଦସ୍ୟଙ୍କୁ ସ୍ଥାନ ମିଳେ । ଏବେ ଏଥିରେ ଗୋଟିଏ ପଦ ଖାଲି ପଡିଛି । ଯାହାର ନିର୍ବାଚନ ନେଇ ଏବେ ଦ୍ବନ୍ଦ ଉପୁଜିଛି । ଏଲଜିଙ୍କ ନିର୍ଦ୍ଦେଶକୁ ନେଇ ଆପ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅସନ୍ତୋଷ ଜାହିର କରିଛନ୍ତି ।
ପୁଣି ତେଜିଲା ଆପ୍-ଏଲଜି କଳି । ମେୟର ନିର୍ବାଚନ ନେଇ ମୁହାଁମୁହିଁ ।
ପୁଣି ତେଜିଲା ଆପ୍-ଏଲଜି କଳି । ମେୟର ନିର୍ବାଚନ ନେଇ ମୁହାଁମୁହିଁ ଆମ ଆଦମୀ ପାର୍ଟି ଓ ଏଲଜି – ବିନୟ ସକ୍ସେନା । କେବେ ହେବ ନିର୍ବାଚନ ସେନେଇ ଦ୍ୱନ୍ଦ୍ୱ ଜାରି । ଆଜି ଅପରାହ୍ମ ୧ଟାରୁ ଦିଲ୍ଲୀ ନଗର ନିଗମର ଷ୍ଟାଣ୍ଡିଂ କମିଟି ଖାଲି ପଡିଥିବା ପଦ ପାଇଁ ହେଉଛି ନିର୍ବାଚନ ।
/kanak/media/media_files/zdnAD2zJjGW8B9r8LeYg.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)