ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାମିନ ପ୍ରସଙ୍ଗ: ସିବିଆଇକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଇଡି ହେପାଜତରେ ଥିବା ବେଳେ କେମିତି କଲ ଗିରଫ ?

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଜାମିନ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି। ଏ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଇଡି ଦ୍ୱାରା ମାର୍ଚ୍ଚ ୨୧ ତାରିଖରେ ଗରିଫ ହୋଇଥିଲେ କେଜ୍ରିୱାଲ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଜାମିନ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି। ଏ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଇଡି ଦ୍ୱାରା ମାର୍ଚ୍ଚ ୨୧ ତାରିଖରେ ଗରିଫ ହୋଇଥିଲେ କେଜ୍ରିୱାଲ।

kanaknews

କନକବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଜାମିନ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି। ଏ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଇଡି ଦ୍ୱାରା ମାର୍ଚ୍ଚ ୨୧ ତାରିଖରେ ଗରିଫ ହୋଇଥିଲେ କେଜ୍ରିୱାଲ। ଇଡି ହେପାଜତରେ ଥିବା ସମୟରେ ଜୁନ୍ ୨୬ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତେବେ ଗୋଟିଏ କଷ୍ଟଡିରେ ଥିବାବେଳେ ଆଉ ଏକ ତଦନ୍ତକାରୀ ସଂସ୍ଥା କିଭଳି ଗିରଫ କଲା ସେନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ବିନା କୋର୍ଟଙ୍କ ଅନୁମତିରେ ଅନ୍ୟ ଏକ ଏଜେନ୍ସି ଠାରୁ ଗିରଫ କରାଯିବା ଆଇନ୍‌ ବିରୋଧୀ। 

ସିବିଆଇ ଏହା କିପରି କଲା ପ୍ରଶ୍ନ କରିଛନ୍ତି କୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତିରେ ହୋଇଥିବା ଅର୍ଥ ହେରଫେରକୁ ନେଇ ଇଡି ପ୍ରଥମେ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା। ପରେ ମଦ ଦୁର୍ନୀତିକୁ ନେଇ ସିବିଆଇ କେଜ୍ରିୱାଲଙ୍କୁ ବାନ୍ଧିଥିଲା। ଜୁଲାଇ ୧୨ ତାରିଖରେ ସୁପ୍ରିମକୋର୍ଟ ଇଡି ଗିରଫଦାରୀ ଉପରେ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ପରେ ତାଙ୍କୁ ସିବିଆଇ ଗିରଫ କରିଥିବାରୁ ଏବେ ବି ତିହାର ଜେଲରେ ଅଛନ୍ତି କେଜ୍ରିୱାଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe