କନକ ବ୍ୟୁରୋ : ବୁଧବାର ଆମ ଆଦମୀ ପାର୍ଟି ର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି । ଏହି ସମୟରେ ସେ ଦିଲ୍ଲୀ ସରକାରଙ୍କ ଯୋଜନାକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏକ ଜାଲ ମାମଲାରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରାଯାଇପାରେ । କେଜ୍ରିୱାଲ କହିଛନ୍ତି ପୁଣି ଥରେ ଆପର ବରିଷ୍ଠ ନେତାଙ୍କୁ ଫସାଇବାକୁ ପାଇଁ ବିଜେପି ଷଡଯନ୍ତ୍ର ଆରମ୍ଭ କରିଛି । ମିଛ ମାମଲାରେ ଫସାଇ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ ଚାହୁଁଛି । ପରିବହନ ବିଭାଗରେ ଫର୍ଜୀ ମାମଲା କରି ଗିରଫ କରିବାକୁ ବିଜେପି ଯୋଜନା କରିଛି । ନିକଟରେ ଇଡି, ସିବିଆଇ ଏବଂ ଆଇଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଖୁବ ଶୀଘ୍ର ଆମର ଆପ ନେତାଙ୍କ ଉପରେ ଆକ୍ରମଣ ହେବ ।