ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ୧୦ ବିଭାଗ ; ଶପଥ ପରେ ଭାଗବଣ୍ଟା ହେଲା ବିଭାଗ

ଶପଥ ପରେ ଭାଗବଣ୍ଟା ହେଲା ବିଭାଗ । ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ରେଖା ଗୁପ୍ତାଙ୍କୁ ୧୦ ବିଭାଗ । ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମାଙ୍କୁ ପୂର୍ତ୍ତ, ଜଳସମ୍ପଦ ସହ ୫ ବିଭାଗ ।  କପିଲ ମିଶ୍ର, ଆଶିଷ ସୁଦଙ୍କୁ ୬ ଟି ଲେଖାଏଁ ବିଭାଗର ଦାୟୀତ୍ବ । ସେପଟେ ଆସୁ ଆସୁ ଆକ୍ସନମୋଡରେ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ+ଽ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ+ଽ Photograph: (କନକ ନ୍ୟଜ)

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ଭାଗବଣ୍ଟା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ର, ଆଷିଶ ସୁଦଙ୍କୁ ୬ ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପର୍ବେଶ ବର୍ମାଙ୍କୁ ୫ ଟି ବିଭାଗର ଦାୟୀତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂ ଏବଂ ପଙ୍କଜ କୁମାର ସିଂଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି । 

କାହାକୁ ମିଳିଛି କେଉଁ ବିଭାଗ?

ରେଖା ଗୁପ୍ତା:
ଅର୍ଥ
ରାଜସ୍ବ
ମହିଳା ଓ ଶିଶୁ ବିକାଶ
--
ପରବେଶ ବର୍ମା: 
ପୂର୍ତ୍ତ
ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ
ଜଳସମ୍ପଦ
--
ଆଷିଷ ସୁଦ:
ଗୃହ
ଶିକ୍ଷା
ଶକ୍ତି
ସହରୀ ବିକାଶ
--
ମଜିନ୍ଦର ସିଂ ସୀର୍ସା:
ଶିଳ୍ପ
ପରିବେଶ ଏବଂ ଜଙ୍ଗଲ
ଖାଦ୍ୟ ଏବଂ ସିଭିଲ ସପ୍ଲାଏ
--
ପଙ୍କଜ କୁମାର ସିଂ:
ସ୍ବାସ୍ଥ୍ୟ
ପରିବହନ
ଆଇଟି
--
କପିଲ ମିଶ୍ର:
ଆଇନ ଏବଂ ନ୍ୟାୟ
ଶ୍ରମ
ନିଯୁକ୍ତି
ପର୍ୟ୍ୟଟନ
କଳା ଓ ସଂସ୍କୃତି
--
ରବୀନ୍ଦ୍ର ଇନ୍ଦ୍ରରାଜ ସିଂ: 
ସାମାଜିକ କଲ୍ୟାଣ
ଏସସି/ଏସ୍‌ଟି କଲ୍ୟାଣ
ସମବ୍ୟାୟ ବ୍ୟାପାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe