କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ଭାଗବଣ୍ଟା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ର, ଆଷିଶ ସୁଦଙ୍କୁ ୬ ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପର୍ବେଶ ବର୍ମାଙ୍କୁ ୫ ଟି ବିଭାଗର ଦାୟୀତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂ ଏବଂ ପଙ୍କଜ କୁମାର ସିଂଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି ।
କାହାକୁ ମିଳିଛି କେଉଁ ବିଭାଗ?
ରେଖା ଗୁପ୍ତା:
ଅର୍ଥ
ରାଜସ୍ବ
ମହିଳା ଓ ଶିଶୁ ବିକାଶ
--
ପରବେଶ ବର୍ମା:
ପୂର୍ତ୍ତ
ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ
ଜଳସମ୍ପଦ
--
ଆଷିଷ ସୁଦ:
ଗୃହ
ଶିକ୍ଷା
ଶକ୍ତି
ସହରୀ ବିକାଶ
--
ମଜିନ୍ଦର ସିଂ ସୀର୍ସା:
ଶିଳ୍ପ
ପରିବେଶ ଏବଂ ଜଙ୍ଗଲ
ଖାଦ୍ୟ ଏବଂ ସିଭିଲ ସପ୍ଲାଏ
--
ପଙ୍କଜ କୁମାର ସିଂ:
ସ୍ବାସ୍ଥ୍ୟ
ପରିବହନ
ଆଇଟି
--
କପିଲ ମିଶ୍ର:
ଆଇନ ଏବଂ ନ୍ୟାୟ
ଶ୍ରମ
ନିଯୁକ୍ତି
ପର୍ୟ୍ୟଟନ
କଳା ଓ ସଂସ୍କୃତି
--
ରବୀନ୍ଦ୍ର ଇନ୍ଦ୍ରରାଜ ସିଂ:
ସାମାଜିକ କଲ୍ୟାଣ
ଏସସି/ଏସ୍ଟି କଲ୍ୟାଣ
ସମବ୍ୟାୟ ବ୍ୟାପାର