କନକ ବ୍ୟୁରୋ : ଦିଲ୍ଲୀର ୩୫ ବର୍ଷୀୟ ବ୍ୟବସାୟୀ ବୈଭବ ଗାନ୍ଧୀ ହତ୍ୟା ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପାଞ୍ଚ ଜଣ ସଦସ୍ୟ ଗିରଫ ହୋଇଛନ୍ତି। ପୁଲିସ କେତେକ ସନ୍ଦିଗ୍ଧଙ୍କୁ ପିଛା କରୁଥିବାବେଳେ ସେମାନେ ପୁଲିସ ଉପରକୁ ଗୁଳି ଚାଳନା କରି ଖସି ଯିବାକୁ ଚେଷ୍ଟା କରିଥିଲେ। ଫଳରେ ପୁଲିସ ସହିତ ଏନକାଉଣ୍ଟର ହୋଇଥିଲା। ଜଣେ ଅଭିଯୁକ୍ତ ଗୋଡ଼ରେ ପୁଲିସ ଗୁଳି ବାଜିଥିଲା। ଏନକାଉଣ୍ଟର ବେଳେ ୩ ଅଭିଯୁକ୍ତ ପୁଲିସ ହାତରେ ଧରା ପଡ଼ିଥିଲେ। ଏହାପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ବୈଭବ ଗାନ୍ଧୀଙ୍କୁ ଫେବ୍ରୁଆରି ୯ ତାରିଖରେ ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ୪ ଜଣ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଆକ୍ରମଣକାରୀ ପ୍ରଥମେ ବୈଭବଙ୍କ ଗାଡ଼ି ଚାବି ଓ ଲାପଟପ୍ ବ୍ୟାଗ ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ। ସେ ପ୍ରତିବାଦ କରିବାକୁ ସେମାନେ ତାଙ୍କୁ ଅତି ନିକଟରୁ ତାଙ୍କ ଉପରକୁ ଗୁଳି କରିଥିଲେ। ପୁଲିସ ବୈଭବଙ୍କ ଗାଡ଼ିରୁ କୋଟିଏ ଟଙ୍କା ଉଦ୍ଧାର କରିଥିଲା।
ଦିଲ୍ଲୀ ବ୍ୟବସାୟୀ ହତ୍ୟା ମାମଲା, ବିଷ୍ଣୋଇ ଗ୍ୟାଙ୍ଗର ୫ ଗିରଫ
Advertisment
Follow Us