ଦିଲ୍ଲୀ ବିଏମ୍‌ଡବ୍ଲୁ ଦୁର୍ଘଟଣା ନେଲା ନୂଆ ମୋଡ଼ : ସାମ୍ନାକୁ ଆସିଲା ହସ୍ପିଟାଲ ନେବା ପଛର ବଡ କାରଣ

ଦିଲ୍ଲୀ ବିଏମ୍‌ଡବ୍ଲୁ ଦୁର୍ଘଟଣା ନେଲା ନୂଆ ମୋଡ଼। ଦୁର୍ଘଟଣା ପରଠୁ ଯେଉଁ ପ୍ରଶ୍ନ ଲୋକଙ୍କ ମନରେ ଥିଲା ଏବେ ତାହାର ଉତ୍ତର ମିଳିଛି ।

accident

Photograph: (kanaknews)

କନକ ବ୍ୟୁରୋ : ଦିଲ୍ଲୀ ବିଏମ୍‌ଡବ୍ଲୁ ଦୁର୍ଘଟଣା ନେଲା ନୂଆ ମୋଡ଼। ଦୁର୍ଘଟଣା ପରଠୁ ଯେଉଁ ପ୍ରଶ୍ନ ଲୋକଙ୍କ ମନରେ ଥିଲା ଏବେ ତାହାର ଉତ୍ତର ମିଳିଛି। ମୃତକଙ୍କ ପତ୍ନୀ ଓ ପୁଅ ପ୍ରଶ୍ନ କରିଥିଲେ ଯେ, ଏତେ ବଡ଼ ଦୁର୍ଘଟଣା ପରେ ପାଖରେ ବଡ଼ ବଡ଼ ଡାକ୍ତରଖାନା ଥାଇ ମଧ୍ୟ ଅଭିଯୁକ୍ତ ମହିଳା ଗଗନପ୍ରୀତ୍ କାହିଁକି ୧୯କିମି ଦୂର ହସ୍ପିଟାଲକୁ ଯାଇଥିଲେ? ଏବେ ଏହାର ଉତ୍ତର ମିଳିଛି। ସୂଚନା ମିଳିଛି ଯେ, ଗଗନପ୍ରୀତ୍ ଯେଉଁ ହସ୍ପିଟାଲକୁ ମୃତ ନବଜୋତ ସିଂହଙ୍କୁ ନେଇଥିଲେ, ତାହା ତାଙ୍କ ବାପାଙ୍କର ।

ଏବେ ଏହା ଜଣାପଡ଼ିଛି ଯେ, ନୁଲାଇଫ୍ ହସ୍ପିଟାଲର ୩ଜଣ ସହ-ମାଲିକଙ୍କ ମଧ୍ୟରେ ଗଗନପ୍ରୀତଙ୍କ ବାପା ମଧ୍ୟ ଜଣେ। ଏହି କାରଣରୁ ସେ ନିଜକୁ ବଞ୍ଚାଇବାର ଉଦ୍ଦେଶ୍ୟ ରଖି ନବଜୋତଙ୍କୁ ୧୯କିମି ଦୂର ନେଇଥିଲେ। 

ଉଲ୍ଲେଖଯୋଗ୍ୟ, ମୃତକ ନବଜୋତ ସିଂହ ଅର୍ଥନୈତିକ ବ୍ୟାପାର ବିଭାଗର ଉପସଚିବ ଥିଲେ। ସେ ରବିବାର ଅପରାହ୍ନରେ ତାଙ୍କ ପତ୍ନୀ ସନ୍ଦୀପ କୌରଙ୍କ ସହିତ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ଫେରୁଥିଲେ। ସେତେବେଳେ ରିଙ୍ଗ ରୋଡର ଧୌଲା କୁଆଁ ନିକଟରେ ଏକ ଦ୍ରୁତଗାମୀ ନୀଳ ବିଏମ୍‌ଡବ୍ଲୁ ତାଙ୍କ ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ପଛରେ ବସିଥିବା କୌରଙ୍କ କହିବାନୁସାରେ ସେ ହେଲମେଟ୍ ପିନ୍ଧିଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କ ପଗଡ଼ି ବାନ୍ଧିଥିଲେ।  ଧକ୍କାର ପ୍ରଭାବରେ ଉଭୟ ରାସ୍ତା ଉପରେ ପଡ଼ିଯାଇଥିଲେ। ସିଂହଙ୍କ ମୁଣ୍ଡ, ମୁହଁ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା ଏବଂ କୌରଙ୍କ ଶରୀରରେ ଓ ମୁଣ୍ଡରେ ଆଘାତ ଲାଗିଥିଲା। ସିଂହ ଦୁର୍ଘଟଣା ପରେ ବଞ୍ଚିଥିବା ବେଳେ ପାଖ ଡାକ୍ତରଖାନାକୁ ନେଇଥିଲେ ସେ ବଞ୍ଚିଯାଇଥାନ୍ତେ ବୋଲି କହିଛନ୍ତି ସନ୍ଦୀପ କୌର ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe