କନକ ବ୍ୟୁରୋ : ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶର ସୁରକ୍ଷା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ ଏହାର ଗଭୀର ତଦନ୍ତ ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । NIA ଏବେ ଏହି ମାମଲାର ସମସ୍ତ ଦିଗକୁ ଅନୁସନ୍ଧାନ କରିବ ।
ବିସ୍ଫୋରଣ ଘଟିଥିବା ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇ ତାହାକୁ ଆଧାର କରି ଛାନଭିନ୍ ଜାରି ରହିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ବିସ୍ଫୋରଣକାରୀଙ୍କୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ଅହରହ ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।
ଆହୁରି ପଢ଼ନ୍ତୁ : ଦିଲ୍ଲୀ ବ୍ଲାଷ୍ଟ ପଛରେ 'ପୁଲଓ୍ୱାମା' କନେକ୍ସନ୍! ବିସ୍ଫୋରକ କାରକୁ ନେଇ ବଡ଼ ଖୁଲାସା
ଅନ୍ୟପକ୍ଷରେ, ଦିଲ୍ଲୀ ବିସ୍ଫୋରଣ ଘଟଣାର ତାରକୁ ନେଇ ଜମ୍ମୁ-କାଶ୍ମୀରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଶ୍ରୀନଗରରୁ ଜଣେ ପରେ ଜଣେ ଆତଙ୍କୀ ଡାକ୍ତରଙ୍କୁ ଗିରଫ କରାଯାଉଥିବା ସୂଚନା ମିଳିଛି । ଏମାନେ ସୀମାପାରି ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି ଏବଂ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସେମାନଙ୍କର କିଛି ଭୂମିକା ଅଛି କି ନାହିଁ, ତାହା ଉପରେ NIA ନଜର ରଖିଛି । ଡାକ୍ତରମାନେ ଗୋପନୀୟ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପରେ ସହାୟତା କରୁଥିବା ଅଭିଯୋଗ ରହିଛି ।
ଅଧିକ ପଢ଼ନ୍ତୁ--Mohan Bhagwat: ଗେରୁଆ ଭାରତର ଜାତୀୟ ପତାକା ହେବାର ଥିଲା, ହେଲେ ଗାନ୍ଧିଜୀ ଏହାକୁ ହସ୍ତକ୍ଷେପ କରିଥିଲେ
କେନ୍ଦ୍ର ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି । NIAକୁ ଏହି ମାମଲାର ଦାୟିତ୍ୱ ଦିଆଯିବା ପରେ ଘଟଣାର ସତ୍ୟାସତ୍ୟ ଖୁବ୍ ଶୀଘ୍ର ପଦାକୁ ଆସିବ ବୋଲି ଆଶା କରାଯାଉଛି । ସୁରକ୍ଷା ଏଜେନ୍ସିଗୁଡ଼ିକର ଏହି ମିଳିତ ପ୍ରୟାସ ଆତଙ୍କବାଦୀଙ୍କ ମନୋବଳକୁ ଭାଙ୍ଗିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/11/nia-to-investigate-the-case-2025-11-11-15-24-04.jpg)