କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢେଇରେ ହାରିଗଲେ ଅରବିନ୍ଦ କେଜ୍ରିୱାଲଆପକୁ ଡବଲ ଝଟକା,ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ କାହିଁକି ଆପ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରି ଦିଲ୍ଲୀବାସୀଙ୍କ ସହାନୁଭୂତି କାହିଁକି ମିଳିଲାନି ? କାରଣ ଉଭୟଙ୍କ ପରିସ୍ଥିତି ସମାନ ଥିଲା । ଦୁଇ ଜଣ ହିଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜେଲ ଯାଇଥିଲେ ଏବଂ ତା’ପରେ ଜେଲରୁ ବାହାରି ଆସିଥିଲେ । ହେଲେ କେଜ୍ରିୱାଲଙ୍କ ପ୍ରତି ଦିଲ୍ଲୀ ବାସୀଙ୍କ ସହାନୂଭୁତି ପ୍ରତିଫଳିତ ହେଲାନାହିଁ । ତେବେ ତାଙ୍କ ପରାଜୟର କାରଣ କ’ଣ ?

Advertisment

ଭିତ୍ତିହୀନ ଆରୋପ ଓ ମିଥ୍ୟାରେ କ୍ରୋଧିତ ହୋଇପଡୁଥିଲେ କେଜ୍ରିୱାଲଙ୍କ ସମର୍ଥକ 

ଅରବିନ୍ଦ କେଜ୍ରିୱାଲ ନିଜ ବିରୋଧୀମାନଙ୍କ ଉପରେ କିଛିବି ଆରୋପ ଲଗାଇଥିଲେ । ବହୁତଥର ଏଥିପାଇଁ ତାଙ୍କୁ କ୍ଷମା ମଧ୍ୟ ମାଗିବାକୁ ପଡିଛି । ଯାହାଦ୍ୱାରା କି ସମସ୍ତଙ୍କ ସାମ୍ନାରେ ତାଙ୍କର ପ୍ରତିଛବି ଏପରି ଜଣେ ନେତାର ହୋଇ ରହିଲା ଯେ ଯାହାଙ୍କ କଥା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ । କେଜ୍ରିୱାଲ ସେତେବେଳେ ସବୁ ସୀମା ଟପିଯାଇଥିଲେ ଯେତେବେଳେ ସେ ହରିୟାଣା ସରକାରଙ୍କୁ ଜାଣିଶୁଣି ବିଷାକ୍ତ ପାଣି ପଠାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ସେ କହିଲେ ଯେ ହରିୟାଣା ସରକାର ଦିଲ୍ଲୀରେ ନରସଂହାର କରିବାକୁ ଚାହୁଁଛି । ଯାହା ଯୋଗୁଁ ଦିଲ୍ଲୀରେ ଅରାଜକତା ସୃଷ୍ଟି ହେବ । ସେ କହିଛନ୍ତି ଯେ ଦିଲ୍ଲୀ ଜଳ ବୋର୍ଡର ଇଞ୍ଜିନିୟରମାନେ ହରିୟାଣାର ପାଣି ବର୍ଡରରେ ଅଟକାଇ ରଖିଲେ ଯାହା ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଗଲା । ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ହାର୍ଡକୋର ସମର୍ଥକମାନଙ୍କୁ ମଧ୍ୟ ତାଙ୍କର ଏହି ବକ୍ତବ୍ୟ ପସନ୍ଦ ଆସିନଥିଲା । ଏହା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସାଇନି ଦିଲ୍ଲୀ ସୀମାକୁ ଯାଇ ଯମୁନା ପାଣି ପିଇ କେଜ୍ରିୱାଲଙ୍କ ଆରୋପ  ମିଥ୍ୟା ପ୍ରମାଣିତ କରିଥିଲେ ।

ବ୍ୟାକ୍ ଫୁଟକୁ ନେଲା ବିଳାସପୂର୍ଣ୍ଣ ଜୀବନ

ରାଜନୀତିରେ ଆସିବା ପୂର୍ବରୁ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଭିଭିଆଇପି ଧାରାକୁ ସମାପ୍ତ କରିବେ । ସେ ଗାଡ଼ି, ବଙ୍ଗଳା ଏବଂ ସୁରକ୍ଷା ନେବାକୁ ମଧ୍ୟ ମନା କରିଥିଲେ କିନ୍ତୁ ସତ୍ତାକୁ ଆସିବା ପରେ କେବଳ ବିଳାସପୂର୍ଣ୍ଣ ଗାଡି କରିନଥିଲେ ବରଂ କେନ୍ଦ୍ରଠାରୁ Z ପ୍ଲସ୍ ସୁରକ୍ଷା ପାଇବା ସତ୍ତ୍ୱେ ସେ ପଞ୍ଜାବ ସରକାରଙ୍କଠାରୁ ମଧ୍ୟ ସର୍ବୋଚ୍ଚ ସୁରକ୍ଷା ନେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ପାଇଁ ତିଆରି କରିଥିବା ଅତିରିକ୍ତ ବିଳାସପୂର୍ଣ୍ଣ ଘର ତାଙ୍କ ଭାବମୂର୍ତ୍ତିକୁ ବହୁତ କ୍ଷତି ପହଞ୍ଚାଇଥିଲା । ଗଣମାଧ୍ୟମ ତାଙ୍କ ବାସଭବନକୁ ଶୀଶମହଲର ଆଖ୍ୟା ଦେଇଥିଲେ । ସିଏଜି ରିପୋର୍ଟରେ ମଧ୍ୟ ଏହି ଆବାସ ଉପରେ ଖର୍ଚ୍ଚ ହୋଇଥିବା ଟଙ୍କା ଉପରେ ପ୍ରଶ୍ନ  ଉଠିଲା ।

କଂଗ୍ରେସର ଓ ଆପର ବିଭାଜନ

ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକାଠି ହୋଇପାରିଲେ ନାହିଁ । ଯେତେବେଳେ ଉଭୟ ଦଳ ଅଲଗା ଭାବରେ ଲଢ଼ିବାର ଫଳାଫଳ ହରିୟାଣା ବିଧାନସଭା ନିର୍ବାଚନରେ ଦେଖିସାରିଥିଲେ । ତଥାପି ନବୁଝି ନିଜ ନିଜ ଭିତରେ ଲଢିଥିଲେ ଆପ୍ ଓ କଂଗ୍ରେସ ।

ଦେଇଥିବା ପ୍ରତିଶୃତି ରଖିପାରି ନଥିଲେ 

ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପରେ ମହିଳାମାନଙ୍କୁ ଆର୍ଥିକ ଯୋଜନାରେ ୨୧୦୦ ଟଙ୍କା ଦେବା କଥା କହିଥିଲେ ହେଲେ ଲାଗୁ କରିପାରିନଥିଲେ । ଜନସାଧାରଣରେ ଏହା ଚର୍ଚ୍ଚା ମଧ୍ୟ ହେବାରେ ଲାଗିଲା କି ଏଥର ଯାହା କରିପାରିଲେନି ସିଏମ ହେଲା ପରେ କିପରି କରିବେ ? ଦିଲ୍ଲୀ ସରକାର ଯଦି ମହିଳାମାନଙ୍କ ପାଇଁ ନିଶ୍ଚିତ ଆର୍ଥିକ ସହାୟତା ଯୋଜନା ଲାଗୁ କରିଦେଇଥାଆନ୍ତେ ତେବେ ହୁଏତ ଏ ଦିନ ଆପ ଦେଖିନଥାନ୍ତା ।

ଦିଲ୍ଲୀରେ ମଇଳା ପାଣି ଯୋଗାଣ 

ଦିଲ୍ଲୀରେ କେଜ୍ରିୱାଲ ଜିତି ଚାଲିଥିଲେ କିନ୍ତୁ ଦିଲ୍ଲୀ ବାସୀଙ୍କ ମୂଳ ଅସୁବିଧା ନ ସୁଧିରିବାରୁ ଦିଲ୍ଲୀବାସୀ ଅତିଷ୍ଠ ହୋଇପଡିଥିଲେ । ସବୁଠାରୁ ବଡ଼ ସମସ୍ୟା ଥିଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ । ଗ୍ରୀଷ୍ମ ଋତୁରେ ଲୋକମାନେ ପାଣି ପାଇଁ କାନ୍ଦୁଥିଲେ। ସରକାରଙ୍କ ଉପରେ ଟ୍ୟାଙ୍କର ମାଫିଆଙ୍କ ହୁକୁମତି ଥିଲା । ଏହିପରିକି ଦିଲ୍ଲୀ ସରକାର ଟ୍ୟାଙ୍କର୍ ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କଲା । ଅରବିନ୍ଦ କେଜରିୱାଲ ୨୪ ଘଣ୍ଟା ସ୍ୱଚ୍ଛ ଜଳ ଯୋଗାଣ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପୂରଣ କରିପାରିନଥିଲେ । ଦିଲ୍ଲୀରେ ସ୍ୱଚ୍ଛତା ବ୍ୟବସ୍ଥା ଭୁସୁଡି ପଡିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମସିଡି ଉପରେ ଯେହୁତୁ ଆପର ରାଜ ଥିଲା ସେଥିପାଇଁ ଦଳ ପାଖରେ କୌଣସୀ ବାହାନା ନଥିଲା ଏଥିରୁ  ବଞ୍ଚିବା ପାଇଁ । ଏହି ପରି ଧିରେ ଧିରେ ଆମ୍ ଆଦମୀ ପାର୍ଟି ଉପରେ ଲୋକମାନଙ୍କର ଭରସା ଉଠିଗଲା । 

କେଜ୍ରିୱାଲଙ୍କୁ ନେଇ ଦିଲ୍ଲୀବାସୀ ଦ୍ୱନ୍ଦ୍ୱରେ ଥିଲେ

କୋର୍ଟର ଆଦେଶକୁ ଆଧାର କରି କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିପଡିଥିଲା । ଏହା ପରେ ଦଳ ଅତିଶୀଙ୍କୁ ସିଏମ ପଦରେ ବସାଇଲା । ଜନତା ଏ କଥା ଭଲ ଭାବରେ ବୁଝି ସାରିଥିଲେ ଯେ ପାର୍ଟି ଯଦି ଜିତି ବିଯାଏ ତେବେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇପାରିବେନି । ଆଉ ଯଦି ଜିତିବି ଯାଆନ୍ତି ଦିଲ୍ଲୀ ପାଇଁ କିଛି କରିପାରିବେନି । ଯଦି ଆମ ଆଦମୀ ପାର୍ଟି କେଜ୍ରିୱାଲଙ୍କ ଜାଗାରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ବାଛିଥାନ୍ତେ ତେବେ ନିର୍ବାଚନ ଫଳାଫଳ ହୁଏତ କିଛି ଅଲଗା ହୋଇଥାନ୍ତା ।