କନକ ବ୍ୟୁରୋ : ଆଉ ଦିନକ ପରେ ଅର୍ଥାତ ଆସନ୍ତା ୫ତାରିଖରେ ଦିଲ୍ଲୀରେ ପଡିବ ଭୋଟ । ନିର୍ବାଚନ ନେଇ ଆଜି ଥିଲା ପ୍ରଚାର । ୫ତାରିଖ ଦିନକୁ ରହିଛି ଅପେକ୍ଷା । ଆସନ୍ତା ୫ତାରିଖ ଦିନ ନେତା ବାଛିବେ ଜନାତା । ଆଉ ଏହାରି ଭିତରେ କଡାକଡି ହୋଇଛି ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ବିଧାନସଭାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି । ଭିନ୍ନ ଭିନ୍ନ ସମ୍ୱେଦନଶୀଳ ବୁଥରେ ଅଧିକ ପୋଲିସଙ୍କୁ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ତେବେ ଦିଲ୍ଲୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ୧୫୦ ପାରାମିଲିଟ୍ରି ଫୋର୍ସ ଏବଂ ୩୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ପାଖାପାଖି ୩ହଜାର ମତଦାନ କେନ୍ଦ୍ରକୁ ସମ୍ୱେଦନଶୀଳ କେନ୍ଦ୍ରଭାବେ ତାଲିକାଭୂକ୍ତ କରାଯାଇଛି । ଏହି ସମ୍ୱେଦନଶୀଳ ମତଦାନକେନ୍ଦ୍ର ଗୁଡିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ସବୁଠୁ ବଡ କଥା ହେଉଛି ମତଦାନକେନ୍ଦ୍ର ଉପରେ ଡ୍ରୋନ୍ ସାହାଯ୍ୟରେ ବି ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ବୁଥ୍ ।
ଅନ୍ୟପଟେ ଜାନୁଆରୀ ୭ରୁ ଫେବ୍ରୁୟାରୀ ୨ତାରିଖ ମଧ୍ୟରେ ଆଦର୍ଶ ଆଚରଣବିଧି ଉଲଂଙ୍ଗନ ଅଭିଯୋଗ ମାମଲାରେ ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅନ୍ୟାନ୍ୟ ଆଇନଗତ ବ୍ୟସ୍ଥା ଅନୁଯାଇ ପାଖାପାଖି ୩୩ ହଜାର ୪୩୪ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହାସହ ଦିଲ୍ଲୀର ସମସ୍ତ ସୀମାନେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି ଦିଲ୍ଲୀ ପୋଲିସ । ମଦ, ଡ୍ରଗ୍ସ ଭଳି ବେଆଇନ୍ କାରବାର ଉପରେ ପୋଲିସ କଡା ନଜର ରଖିଛି ।
ସେପଟେ ୧୧.୨୩ କୋଟିର ନଗଦ ଟଙ୍କା, ୪୬୨ ଅବୈଧ ହତିଆରକୁ ଜବତ କରିଛି ପୋଲିସ । ଏହାସହ ୧ଲକ୍ଷ ୮ହଜାର ୨୫୮ ଲିଟର ମଦ ଜବତ ସହ ୧୩୫୩ ଜଣଙ୍କୁ ଗିରଫ କରାଯାଇଛି । କେବଳ ଏତିକି ନୁହେଁ ପୋଲିସକୁ ଆଉ ଏକ ବଡ ସଫଳତା ମଧ୍ୟ ମିଳିଛି । ପାଖାପାଖି ୭୭.୯ କୋଟି ଟଙ୍କାର ୧୯୬.୬୦୨ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ପୋଲିସ । ଡ୍ରଗ୍ସ ମାମଲାରେ ୧୭୭ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।