ଯୁବକଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା  । ୫ ବର୍ଷ ମଧ୍ୟରେ ରାଜଧାନୀରେ  ଦୂର ହେବ ବେକାରି ସମସ୍ୟା ।

୫ ବର୍ଷ ମଧ୍ୟରେ ରାଜଧାନୀରେ ଦୂର ହେବ ବେକାରି ସମସ୍ୟା । କେଜ୍ରିୱାଲଙ୍କ ବଡ ଘୋଷଣା ।

 କେଜ୍ରିୱାଲଙ୍କ ବଡ ଘୋଷଣା

କେଜ୍ରିୱାଲଙ୍କ ବଡ ଘୋଷଣା

କନକ ବ୍ୟୁରୋ :  ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରି ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି ।

ସେପଟେ ଆଜି ଦିଲ୍ଲୀର କରୋଲବାଗରେ ନିର୍ବାଚନୀ ସଭା କରି ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, “ଏନଡିଏମସିକୁ ଛାଡ଼ିଦେଲେ ବାକି ଦିଲ୍ଲୀରେ ପାନୀୟ ଜଳ, ରାସ୍ତାର ଅବସ୍ଥା କ'ଣ ତାହା ସମସ୍ତଙ୍କୁ ଜଣା। ଯୋଗୀ ଆମ୍ ଆଦମୀ ପାର୍ଟିକୁ ମିଛ କହିବାର ଏଟିଏମ୍ ମେସିନ୍ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କୁ ଆପ୍ ଦିଲ୍ଲୀରେ ବସବାସ କରାଇଛି। ଏବେ ଦିଲ୍ଲୀବାସୀ ଆପ୍ କଥାରେ ଆସିବେ ନାହିଁ। ଏବେ ଲୋକମାନେ ୟୁପିର ବିକାଶ ମଡେଲ ଦେଖିବାକୁ ଚାହୁଁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe