କନକ ବ୍ୟୁରୋ : ବାହାରୁଛି  ଦିଲ୍ଲୀ ବିଧାନସଭା ଫଳାଫଳ । କାହାର ହେବ ଦିଲ୍ଲୀ ?  ଦିଲ୍ଲୀ ବାସୀଙ୍କ ହୃଦୟରେ କିଏ କରିବ ରାଜ୍‌ ? ହାତୀ କାହା ମୁଣ୍ଡରେ ଢାଳିବ ସୁନା କଳସ  ?  ଆଉ କିଛି ସମୟ ପରେ ବାହାରିବ  ଚୂଡାନ୍ତ ଫଳାଫଳ।  କାଲକାଜୀ ସିଟ୍‌ ପ୍ରାର୍ଥି  ଅତିଶୀ ବିଜେପି ଆଶାୟି ରମେଶ ବିଧୁଡିଙ୍କ ଠାରୁ ପଛରେ ଅଛନ୍ତି । ରମେଶ ବିଧୁଡି କହିଛନ୍ତି ଆମ ଆଦମି ପାର୍ଟି  ଦିଲ୍ଳୀରୁ ସଫା ହୋଇଯିବ ।

Advertisment

ବିଧୁଡି କହିଛନ୍ତି ଜନତା ବିଜେପିକୁ  ବହୁମତରେ ବିଜୟ କରିବେ । ଏଥିରେ ସନ୍ଦେହ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ  ଦିଲ୍ଲୀ ମଧ୍ୟ ଅନ୍ୟ  ସହର ଭଳି ପ୍ରଗତି କରିବ ।  ମୁଁ ପୁରା ବିଶ୍ବାସର ସହ କହିବି ଯେ ଆପ୍‌  ଦେଶ ରାଜଧାନୀ  ଦିଲ୍ଳୀରୁ ସଫାହୋଇଯିବ । ଏପଟେ ଗଣିତି ଚାଲିଛି । ବିଜେପି ଆଗରେ ରହିଛି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି ।  କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି । 

 ଦିଲ୍ଲୀର ମୋଟ ୭୦ଟି ଆସନ ମଧ୍ୟରୁ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୪୫ ସିଟରେ ଆଗୁଆ ଅଛି । ସେହିପରି ଆପ୍ ୨୫ ସିଟରେ ଆଗୁଆ ଥିବାବେଳେ, ଅନ୍ୟ ସମସ୍ତଙ୍କର ହାତ ଖାଲି ପଡିଛି । ତେବେ ୨୦୧୩ରୁ ଏଠାରେ ସତ୍ତାରେ ଥିବା ଆପ୍, ଏଥର ସତ୍ତାରୁ ବେଦଖଲ ହେବା ଏକପ୍ରକାର ପକ୍କା ବୋଲି କୁହାଯାଉଛି । ଆଉ ଦୀର୍ଘ ବର୍ଷର ବନବାସକୁ ଶେଷ କରି, ପୁଣିଥରେ ସତ୍ତାକୁ ଫେରିପାରେ ବିଜେପି ।