କନକ ବ୍ୟୁରୋ: ଦୀପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । କିଛି ସ୍ଥାନରେ ୪୦୦ ପାର କରିଛି ଏକ୍ୟଆଇ ମାନ । ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍ ଜୋନ୍ରେ ରହିଛି ୮ଟି ଷ୍ଟେସନ୍ । ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଇଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି । ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଅକ୍ଟୋବର ୧ ତାରିଖରୁ ୨୪ ତାରିଖ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି । ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପରେ ୪୭ ହଜାର ଚାଲାଣ କାଟିଛି । ବାୟୁର ମାନ ଯେପରି ଅଧିକ ନ ବିଗିଡେ ସେଥିପ୍ରତି ସତର୍କ ନଜର ରଖାଯାଇଛି । ଦୀପାଳବୀରେ ବାଣ ଫୁଟାଇବା ମନା ଥିବା ବେଳେ ନିୟମ ଭାଙ୍ଗିଲେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ନିୟମକୁ କଡ଼ାକଡ଼ି ପାଳନ ପାଇଁ ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି ।
ଦୀପାବଳିରେ ଅଣନିଶ୍ୱାସୀ ହୋଇପଡ଼ିଛି ରାଜଧାନୀ । ଖରାପ ବାୟୁ ଗୁଣବତ୍ତା ମାନ ୪୦୦ ପାର ।
ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍ ଜୋନ୍ରେ ରହିଛି ୮ଟି ଷ୍ଟେସନ୍ । ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଇଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି ।