କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ଦିଲ୍ଲୀରେ ଲାଗିରହିଥିବା ପ୍ରଦୂଷଣ ରୋକିବାକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବୈଜ୍ଞାନିକଙ୍କ ମିଳିତ ଯୋଜନା ଏବେ ଫଳବତୀ ହେବାକୁ ଯାଉଛି । ଡିଜିସିଏ ବା ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଓ ଡିଜିସିଏ ଏନେଇ ଅକ୍ଟୋବର ପହିଲାରୁ ନଭେମ୍ବର ୩୦ ତାରିଖ ଭିତରେ କ୍ଲାଉଡ ସିଡିଂ କରିବାକୁ ଅନୁମତି ଦେଇଛି । ଏହା ଦେଶରେ ପ୍ରଥମ ଥର ପାଇଁ କୌଣସି ଏକ ରାଜ୍ୟରେ ଔପଚାରିକ ଭାବେ କୃତ୍ରିମ ବର୍ଷା କରାଇବାକୁ ବାଟ ଫିଟିଛି । 

Advertisment

ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ମାର୍ଗଦର୍ଶନରେ ଡିଜିସିଏ ଆଇଆଇଟି କାନପୁରକୁ ଦିଲ୍ଲୀରେ କ୍ଲାଉଡ ସିଡିଂ କରିବାକୁ ଅନୁମତି ଦେଇଛି । ଏହା ଦେଶର ପ୍ରଦୂଷଣ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଛନ୍ତି । 

ପରିବେଶ ମନ୍ତ୍ରୀ କହିଛନ୍ତି କି, ବିମାନକୁ ଷ୍ଟାଣ୍ଡବାଏ ଅବସ୍ଥାରେ ରଖାଯିବ । ଯେଭଳି ପରିବେଶ ଓ ବୈଜ୍ଞାନିକ ପରିସ୍ଥିତିକୁ ଅନୁକୁଳ ହେବ । ୧ ରୁ ୧୧ ଅକ୍ଟୋବର ମଧ୍ୟରେ ପ୍ରାରମ୍ଭିକ ପରୀକ୍ଷଣ କରାଯିବ । ପ୍ରଦୂଷଣରୁ ଲୋକମାନଙ୍କୁ କେତେ ଶୀଘ୍ର ମୁକ୍ତି ମିଳିବ ତା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । 

ଅନୁମତି କ୍ରମରେ ଆଇଆଇଟି କାନପୁରର ଟିମ୍ ଭିଟି-ଆଇଆଇଟି ବିମାନର ଉପଯୋଗ କରିବ । ଡିଜିସିଏର ଦିଶା ନିର୍ଦ୍ଦେଶ ମୁତାବକ କେବଳ ଲାଇସେନ୍ସଧାରୀ ଓ ଅନୁଭବି ପାଇଲଟ ଉଡାଣ ଭରିବ । ଡିଜିସିଏ ସ୍ପଷ୍ଟ କରିଛି କି, ଉଡାଣ ବେଳେ କାହାକୁ ବି ଏହାର ଫଟୋ କି ଭିଡିଓ ଉତ୍ତୋଳନ କରିବାକୁ ଅନୁମତି ଦିଆଯିବ ନାହିଁ । ଏହାସହ ବିମାନ ଚାଳକ ଭାବେ କୌଣସି ବିଦେଶୀ ପାଇଲଟଙ୍କୁ ନିଆଯିବ ନାହିଁ ।