ଦିଲ୍ଲୀ ଏମ୍‌ସ ଡାକ୍ତର କହିଲେ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବ୍ଳକ୍‌ରେ ବଳଙ୍ଗା ପୀଡିତାଙ୍କ ଚିକିତ୍ସା ଚାଲିଛି ।

ଦିଲ୍ଲୀରୁ ଆସିଲା ଖବର

ଦିଲ୍ଲୀରୁ ଆସିଲା ଖବର Photograph: (KanakNews)

କନକ ବ୍ୟୁରୋ:  ପୁରୀ ବଳଙ୍ଗା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାବେଳେ ଆଜି ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି । ଏହାରି ମଧ୍ୟରେ ଦିଲ୍ଳୀ  ଏମ୍‌ସରୁ ବଡ଼ ଖବର ଆସି ପହଞ୍ଚିଛି ।  ଦିଲ୍ଲୀ ଏମ୍‌ସରେ ଡାକ୍ତର କହିଛନ୍ତି ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ  ଅଛି । ବର୍ଣ୍ଣ  ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବ୍ଳକ୍‌ରେ ଚିକିତ୍ସା ଚାଲିଛି । ଅକ୍ସିଜେନ୍‌ ସପୋର୍ଟରେ  ପୀଡିତା ଅଛନ୍ତି ।   ଡାକ୍ତରୀ ଟିମ୍‌  ତାଙ୍କ ସ୍ବସ୍ଥ୍ୟ ଉପରେ  ନଜର ରଖିଛନ୍ତି  ବୋଲି ଦିଲ୍ଳୀ ଏମ୍‌ସର ଡାକ୍ତର କହିଛନ୍ତି । 

ଭୁବନେଶ୍ବର ଏମ୍ସ ନିକଟରେ ରାତି ତମାମ ରାଜନୈତିକ ଡ୍ରାମା ଚାଲିବା ପରେ ଆଜି ପୀଡିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଅବସ୍ଥା ସଂକଟାପନ୍ନ ଥିବାରୁ ଏୟାରଲିଫ୍ଟ ଯୋଗେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe