କନକ ବ୍ୟୁରୋ: ପୁରୀ ବଳଙ୍ଗା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାବେଳେ ଆଜି ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି । ଏହାରି ମଧ୍ୟରେ ଦିଲ୍ଳୀ ଏମ୍ସରୁ ବଡ଼ ଖବର ଆସି ପହଞ୍ଚିଛି । ଦିଲ୍ଲୀ ଏମ୍ସରେ ଡାକ୍ତର କହିଛନ୍ତି ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବ୍ଳକ୍ରେ ଚିକିତ୍ସା ଚାଲିଛି । ଅକ୍ସିଜେନ୍ ସପୋର୍ଟରେ ପୀଡିତା ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ବସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି ଦିଲ୍ଳୀ ଏମ୍ସର ଡାକ୍ତର କହିଛନ୍ତି ।
ଭୁବନେଶ୍ବର ଏମ୍ସ ନିକଟରେ ରାତି ତମାମ ରାଜନୈତିକ ଡ୍ରାମା ଚାଲିବା ପରେ ଆଜି ପୀଡିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଅବସ୍ଥା ସଂକଟାପନ୍ନ ଥିବାରୁ ଏୟାରଲିଫ୍ଟ ଯୋଗେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/20/balanga-2025-07-20-19-49-09.jpg)