କନକ ବ୍ୟୁରୋ: ଦେଶରେ ଭୋଟ୍ ଚୋରିକୁ ନେଇ କଂଗ୍ରେସ ତୁମ୍ବିତୋଫାନ କରୁଛି । ସାଂସଦ ରାହୁଲ ଗାନ୍ଧୀ ବିହାରରେ ଚଳାଇଛନ୍ତି ଭୋଟ୍ ଅଧିକାର ପଦଯାତ୍ରା । ଏପଟେ ଓଡ଼ିଶାରେ ଭୋଟ୍ ତ୍ରୁଟିକୁ ନେଇ ଅଭିଯୋଗ ଆଣିଛି ବିଜେଡି । ଆଜି ନିର୍ବାଚନ କମିସନଙ୍କୁ ଭେଟିବେ  ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀରେ ଅପରାହ୍ନ ୩ ଟା ୩୦ରେ ନିର୍ବାଚନ କମିସନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । 

Advertisment

ପୂର୍ବରୁ ଭୋଟ୍ ତ୍ରୁଟି ସମ୍ପର୍କୀତ ଅଭିଯୋଗ ନେଇ ବିଜେଡି ୨ଥର ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛି । ୨୦୨୪ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ଜାଲିଆତି ହୋଇଥିବା ଦଳ ଅଭିଯୋଗ କରିଛି । ଏହାପରେ ମୁଖ୍ୟ ନିର୍ବାଚନ କମିସନର ପ୍ରେସମିଟ୍ କରି ଏହାକୁ ଖଣ୍ଡନ କରିଥିଲେ । ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ଓଡ଼ିଶାରେ ଏସଆଇଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସିଇଓ  କହିଛନ୍ତି, ଆସନ୍ତାମାସରୁ ଓଡ଼ିଶାରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ । ଜାନୁଆରି ୭ରେ ଆସିବ ସଂଶୋଧିତ ତାଲିକା ।