ଧର୍ମଗଡ଼ରେ ମଣ୍ଡି ଖୋଲିବାରେ ବିଳମ୍ବ ; ମାତିଲେଣି ଦଲାଲ,ଚିନ୍ତାରେ ଚାଷୀ

ଚଳିତ ବର୍ଷ ଏଯାଏଁ ଜିଲ୍ଲା ଧାନ କ୍ରୟ କମିଟି ବୈଠକ ବି ବସିନି । ମଣ୍ଡି ଖୋଲିବା ତ’ ଦୂରର କଥା , ଚାଷୀର ଅସହାୟତାର ସୁଯୋଗ ନେଇ ଦଲାଲ ଶାଗମାଛ ଦରରେ ଚାଷୀଠୁ ଧାନ କିଣିଆଣୁଥିବା ଅଭିଯୋଗ ଆସୁଛି ।

Mandi

Mandi Photograph: (kanak news)

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କିଣାରେ ବିଳମ୍ବ ଚଷୀ ଅସନ୍ତୋଷର କାରଣ ପାଲଟିଛି । ଗତ ବର୍ଷ ନଭେମ୍ବର ୨୦ରେ ଖରିଫ ଧାନକିଣା ଆରମ୍ଭ ହୋଇଥିଲା । ହେଲେ ଚଳିତ ବର୍ଷ ଏଯାଏଁ ଜିଲ୍ଲା ଧାନ କ୍ରୟ କମିଟି ବୈଠକ ବି ବସିନି । ମଣ୍ଡି ଖୋଲିବା ତ’ ଦୂରର କଥା , ଚାଷୀର ଅସହାୟତାର ସୁଯୋଗ ନେଇ ଦଲାଲ ଶାଗମାଛ ଦରରେ ଚାଷୀଠୁ ଧାନ କିଣିଆଣୁଥିବା ଅଭିଯୋଗ ଆସୁଛି । 

ଅଧିକ ପଢନ୍ତୁ.... ଭେଣ୍ଟିଲେଟରରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର

ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଧାନ ଅମଳ ଆରମ୍ଭ ହେଲାଣି ହେଲେ ଏଯାଏଁ ଖୋଲିନି ମଣ୍ଡି । ଧାନ କ୍ରୟ କିମିଟି ବୈଠକ ବି ବସିନି । ଯାହାର ଫାଇଦା ଉଠାଉଛନ୍ତି ଦଲାଲ । ଅନେକ ବ୍ୟବସାୟୀ ନିଜ ଲୋକଙ୍କୁ ଗାଁକୁ ପଠାଇ ଧାନ କିଣା ଆରମ୍ଭ କରିଲେଣି । କ୍ବିଣ୍ଟାଲ୍‌ ପ୍ରତି ୧୫ ଶହରୁ ୧୮ଶହ ଟଙ୍କାରେ ଧାନ କିଣି ଗଚ୍ଛିତ ରଖୁଥିବା ଅଭିଯୋଗ ଆସିଛି । ରାଜ୍ୟରେ ଧାନ ଉତ୍ପାଦନରେ ଦ୍ବିତୀୟ ସ୍ଥାନରେ ଅଛି ଧର୍ମଗଡ଼। ଚଳିତ ବର୍ଷ ବର୍ଷାର ଅଭାବ ପାଇଁ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଯାହା ବି କିଛି ଅମଳ ହୋଇଥିଲା ତାକୁ ବିକିବା ଚିନ୍ତା ଚାଷୀକୁ ଘାରିଛି । ପ୍ରଶାସନ ମଣ୍ଡି ଖୋଲିବା ଦିଗରେ ଗୁରୁତ୍ବ ଦେଉନଥିବାରୁ ଚାଷୀ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ପ୍ରଶାସନ ପକ୍ଷରୁ ତୁରନ୍ତ ମଣ୍ଡି ଆରମ୍ଭ ନକଲେ ଚାଷୀ ଦଲାଲକୁ ଧାନ ବିକ୍ରି କରି ଶୋଷିତ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe