ନିର୍ଦ୍ଧାରିତ ସମୟରେ ମିଳୁନି ଭତ୍ତା : ସମସ୍ୟା ଘେରରେ ହିତାଧିକାରୀ

ଗତ କିଛି ମାସ ହେଲା ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଭତ୍ତା ଟଙ୍କା ପାଇବାକୁ ନେଇ ଅନିଶ୍ଚିତତାରେ ରହୁଛନ୍ତି ହିତାଧିକାରୀ । 

ଅଦ୍ୟତନ ହୋଇଛି
Bhatta

Bhatta Photograph: (Kanak News)

କନକ ବ୍ୟୁରୋ : ପ୍ରତ୍ୟେକ ମାସର ୧୫ ତାରିଖକୁ ଅପେକ୍ଷା କରି ରହିଥା’ନ୍ତି ଗାଁର ହଜାର ହଜାର ବୃଦ୍ଧ,ବୃଦ୍ଧା ଓ ଅସହାୟ । କାରଣ ସେହିଦିନ ତାଙ୍କୁ ତାଙ୍କର ଭତ୍ତା ଟଙ୍କା ମିଳିଥାଏ । କାହାର ଏ ଟଙ୍କାରେ ଔଷଧ ଖର୍ଚ୍ଚ ଉଠେ ତ ଆଉ କାହାର ନିତିଦିନିଆ ତେଲ ଲୁଣର ସଂସାର ଚଳେ । ହେଲେ ଗତ କିଛି ମାସ ହେଲା ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଭତ୍ତା ଟଙ୍କା ପାଇବାକୁ ନେଇ ଅନିଶ୍ଚିତତାରେ ରହୁଛନ୍ତି ହିତାଧିକାରୀ । 

ଏ ବ୍ୟତିକ୍ରମ ପଛରେ କିଏ ? ମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଛନ୍ତି ଅଧିକାରୀ । ଭତ୍ତା ଟଙ୍କା ବଣ୍ଟନ ବେଳେ ହେରଫେର କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ କୌଣସି ଖବର ନାହିଁ । ଏ ବିଷୟରେ ପଚାରିବାରୁ ତାଙ୍କ ପାଖରେ ଖବର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଯଦି କୌଣସି ସ୍ଥାନରେ ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାମାଜିକ ଓ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଯୋଜନାରେ ରାଜ୍ୟର ପ୍ରାୟ ୭୫ ଲକ୍ଷ ହିତାଧିକାରୀ ଭତ୍ତା ପାଉଛନ୍ତି । ହେଲେ ଏଭଳି ବ୍ୟତିକ୍ରମକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ୁଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe