କନକ ବ୍ୟୁରୋ: ଭୁବନେଶ୍ବରବାସୀଙ୍କ କେବେ ପୂରଣ ହେବ ମେଟ୍ରୋ ସ୍ବପ୍ନ? ଗତବର୍ଷ ଜାନୁଆରୀରେ ପୂର୍ବ ସରକାର ଅମଳରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ତ ହୋଇଥିଲା, ହେଲେ ଏହି ପ୍ରକଳ୍ପ କାର୍ଯ୍ୟ ଆଉ ଆଗକୁ ବଢୁନି। ଏପଟେ ନୂଆ ଡିପିଆର ଆଣିବାକୁ ଯାଉଛନ୍ତି ମୋହନ ସରକାର। ଭୁବନେଶ୍ବର-କଟକ ସହ ପୁରୀକୁ ମେଟ୍ରୋରେ ଯୋଡ଼ିବାକୁ ଯୋଜନା ରହିଛି।    

Advertisment

 ଜାନୁଆରୀ ୧, ୨୦୨୪ 
ନିର୍ବାଚନ ପୂର୍ବରୁ ବହୁ ଥାଟବାଟରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ତତକାଳୀନ ବିଜେଡି ସରକାର । ଡିପିଆର ପ୍ରସ୍ତତ ହୋଇ ଦିଲ୍ଲୀ ମେଟ୍ରୋ ସହିତ ଚୁକ୍ତି ନାମା ହେଲା । ତ୍ରିଶୁଳିଆରେ ଡିପୋ ହେଲା। ମାଟି ପରୀକ୍ଷା ବି ସରିଲା । ୨୦୨୭ ଶେଷରେ ମେଟ୍ରୋ ଚାଲିବ ବୋଲି ବଡ ବଡ ସ୍ବପ୍ନ ବି ଦେଖାଗଲା । କିନ୍ତୁ ୬ହଜାର ୨ଶହରୁ ଅଧିକ ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଏବେ ଆଉ ଆଗକୁ ବଢୁନି।  

ନୂଆ ଡିପିଆର ଆଣିବେ ନୂଆ ସରକାର
ଭୁବନେଶ୍ବର-କଟକ ସହ ପୁରୀକୁ ଗଡ଼ିବ ମେଟ୍ରୋ            
ଏବେ ନୂଆ ମେଟ୍ରେ ପ୍ରକଳ୍ପରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ନୂଆ ସରକାର। 
ବଦଳିବ ମେଟ୍ରେ ଡିପିଆର 
- ବଢ଼ିବ ମେଟ୍ରୋ ପ୍ରକଳ୍ପର ବଜେଟ୍
- ଭୁବନେଶ୍ବର ସହ ପୁରୀ ଓ କଟକରେ ମେଟ୍ରୋ ପାଇଁ ନୂଆ ଯୋଜନା 
- ସହରର ଗହଳିକୁ ଦୂର କରିବାକୁ ହେବ ମାଷ୍ଟର ପ୍ଲାନ 

ତେବେ ଫ୍ଲାଏ ଓଭର ସମସ୍ୟାକୁ ନେଇ ନଗର ଉନ୍ନୟନ ବିଭାଗ ସହ ପୂର୍ତ୍ତ ବିଭାଗର ବୈଠକ ଶେଷ ହୋଇଛି। ମେଟ୍ରୋ ଅଗ୍ରଗତିକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡି- ବିଜେପି। ଭୟରେ ବିଜେପି ନକ୍ସା ବଦଳାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଆଉ ଏହାର କଡା ଜବାବ ଦେଇଛି ବିଜେପି। 

ନୂଆ ମେଟ୍ରୋ ପ୍ରକଳ୍ପର ସ୍ୱରୂପ ନେଇ ସରକାର ବ୍ଲୁପ୍ରିଂଟ ପ୍ରସ୍ତୁତ କରିସାରିଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଡିପିଆର ପରିବର୍ତ୍ତନ ନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି।  ହେଲେ ପ୍ରଶ୍ନ ଉଠୁଛି, ରାଜଧାନୀରେ କେବେ ଗଡିବ ମେଟ୍ରୋ। ଲୋକଙ୍କ ମେଟ୍ରୋ ସ୍ବପ୍ନ ପୂରଣ ହୋଇପାରିବ ତ?