କେବେ ଆରମ୍ଭ ହେବ କୋରାପୁଟରୁ ମାଲକାନାଗିରି ଓ ନବରଙ୍ଗପୁର ରେଳପଥ କାମ, କେବେ ତୁଟିବ ଜମି ଅଧିଗ୍ରହଣ ଅଡ଼ୁଆ

Advertisment

ରେଳପଥରେ କୋରାପୁଟ ସହ ନବରଙ୍ଗପୁର ଓ ମାଲକାନଗିରି ଯୋଡ଼ିହେଲେ ଗମନାଗମନ ସହଜ ହେବା ସହ ସ୍ଥାନୀୟ ଅର୍ଥନୀତିରେ ଅଭିବୃଦ୍ଧ ଘଟିବ। ସେଥିପାଇଁ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ନବରଙ୍ଗପୁର ଠାରୁ ଜୟପୁର ୪୨ କିମି ଓ ଜୟପୁରଠୁ ମାଲକାନଗିରି  ପର୍ଯ୍ୟନ୍ତ  ୧୩୦ କିମି ରେଳପଥ ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ ହୋଇଛି।

ରେଳପଥରେ କୋରାପୁଟ ସହ ନବରଙ୍ଗପୁର ଓ ମାଲକାନଗିରି ଯୋଡ଼ିହେଲେ ଗମନାଗମନ ସହଜ ହେବା ସହ ସ୍ଥାନୀୟ ଅର୍ଥନୀତିରେ ଅଭିବୃଦ୍ଧ ଘଟିବ। ସେଥିପାଇଁ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ନବରଙ୍ଗପୁର ଠାରୁ ଜୟପୁର ୪୨ କିମି ଓ ଜୟପୁରଠୁ ମାଲକାନଗିରି  ପର୍ଯ୍ୟନ୍ତ  ୧୩୦ କିମି ରେଳପଥ ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ ହୋଇଛି।

A2

କନକ ବ୍ୟୁରୋ : ରେଳପଥ ଜମି ଜମିହରାଙ୍କୁ ମିଳିବ ଉଚିତ ମୂଲ୍ୟ। ଆଗକୁ ବଢ଼ିବ ରେଳପଥ। ନା ଜମି ଦରକୁ ନେଇ ଲାଗି ରହିଥିବା ବିବାଦରେ ଗଡ଼ିଚାଲିଥିବ ବର୍ଷ ପରେ ବର୍ଷ। କୋରାପୁଟରୁ ନବରଙ୍ଗପୁର ଓ ମାଲକାନଗିରିକୁ ରେଳପଥ ଯୋଡିବା ପାଇଁ ୧୦ ବର୍ଷ ତଳୁ ସ୍ୱପ୍ନ ଦେଖାଇଲେଣି ସରକାର। କିନ୍ତୁ ଆଜି ଯାଏଁ ସେ ସ୍ୱପ୍ନରେ ଡେଣା ଲାଗିଲା ନାହିଁ । ରେଳପଥ ପ୍ରକଳ୍ପ ବାଟରେ ବାଧକ ସାଜିଛି ଜମି ଅଧିଗ୍ରହଣ। ସେପଟେ ବିଳମ୍ବିତ କାମକୁ ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ପ୍ରଶ୍ନ ଉଠାଉଥିବା ବେଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଅତିଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ, ଆଗକୁ ଲମ୍ବିବ ରେଳପଥ।

ରେଳ ମାନଚିତ୍ରରେ ଜୟପୁର ସହ ଯୋଡ଼ି ହେବ ନବରଙ୍ଗପୁର ଓ ମାଲକାନଗିରି। ୨୦୧୫ ମସିହାରୁ ଆଜି  ପର୍ଯ୍ୟନ୍ତ କେବଳ ଚର୍ଚ୍ଚାରେ ସୀମିତ ଆଶାର ରେଳପଥ। ସରକାର ବଦଳିଲେ କିନ୍ତୁ ବଦଳୁନି ରେଳପଥ ଭାଗ୍ୟ। ମନ୍ଥର ଗତିରେ ଚାଲିଥିବା ଏହି ପ୍ରକଳ୍ପ ପାଇଁ କେତେବେଳେ ଜମି ଅଧିଗ୍ରହଣ ଅଡ଼ୁଆ ତ ଆଉ କେତେବେଳେ କର୍ମଚାରୀଙ୍କ ଅଭାବ। ଜମି ବାବଦରେ ସରକାରୀ ଦରକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ଜମିହରା। ତେଣୁ ଛିଡ଼ୁନି ଅଙ୍କ। କମ୍‌ ଦରରେ ଜୟପୁର ଓ ନବରଙ୍ଗପୁରରେ ଶସ୍ତାରେ ଜମି ଛାଡ଼ିବାକୁ ନାରାଜ ଜମିହରା। ଏଭଳି ସ୍ଥିତିରେ ରେଳ ପ୍ରକଳ୍ପ କେବଳ ନେତାଙ୍କ ପ୍ରତିଶ୍ରୁତି ଓ ଘୋଷଣାରେ ଅଟକିଛି ବୋଲି ଚର୍ଚ୍ଚା ହେଉଛି।

ରେଳପଥରେ କୋରାପୁଟ ସହ ନବରଙ୍ଗପୁର ଓ ମାଲକାନଗିରି ଯୋଡ଼ିହେଲେ ଗମନାଗମନ ସହଜ ହେବା ସହ ସ୍ଥାନୀୟ ଅର୍ଥନୀତିରେ ଅଭିବୃଦ୍ଧ ଘଟିବ। ସେଥିପାଇଁ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ନବରଙ୍ଗପୁର ଠାରୁ ଜୟପୁର ୪୨ କିମି ଓ ଜୟପୁରଠୁ ମାଲକାନଗିରି  ପର୍ଯ୍ୟନ୍ତ  ୧୩୦ କିମି ରେଳପଥ ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ମାଲକାନଗିରିରେ କିଛି ଜମିହରାଙ୍କୁ ଟଙ୍କା ମିଳିଥିବା ବେଳେ ଜୟପୁର ଓ ନବରଙ୍ଗପୁରରେ ଇଞ୍ଚେ ଜମି ଅଧିଗ୍ରହଣ ହୋଇପାରିନି। ୭୦ ଭାଗ ଜମି ଅଧିଗ୍ରହଣ ନହେବା ଯାଏଁ କାମ ଆରମ୍ଭ କରିବ ନାହିଁ ରେଳ ବିଭାଗ। ପ୍ରକଳ୍ପର ଅଗ୍ରଗତି ସଂପର୍କରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଜମିର ଉଚିତ ମୂଲ୍ୟ ଦିଆଯିବ। କେହି ବି ଠକାମିର ଶିକାର ହେବେନାହିଁ।

ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି ଆଗାମୀ ୩ ମାସରେ ସବୁ ଜମି ଅଧିଗ୍ରହଣ ହୋଇଯିବ। ଜମିହରାଙ୍କୁ ଅଧିକ ଦର ଦେବା ସଂପର୍କରେ ସରକାର ଚିନ୍ତା କରୁଛନ୍ତି। ଗଡ଼ୁଛି ସମୟ, ବାର ବାର ମିଳୁଛି ପ୍ରତିଶ୍ରୁତି। ଆଉ ଏହାରି ଭିତରେ ଛନ୍ଦି ହୋଇପଡ଼ିଛି ରେଳପଥର ଭାଗ୍ୟ। ୨ ବର୍ଷରେ ଭାରତମାଳା ଯୋଜନା ସରିବାକୁ ବସିଲାଣି, କିନ୍ତୁ ରେଳପଥ କାମ ଆରମ୍ଭ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe