କନକ ବ୍ୟୁରୋ: ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ହଟହଟା। ଯାଜପୁର ଜିଲ୍ଲା ବଡ଼ଚଣାରୁ ଏହି ଖବର ଆସିଛି। ପୁରୀ ଜିଲ୍ଲା ଡେଲାଙ୍ଗରୁ କିଛି ଦିନ ତଳେ ଜଣେ ନାବାଳିକା ଅପହରଣ ହୋଇଥିଲା। ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଡେଲାଙ୍ଗ ଥାନା ପୋଲିସ। ତେବେ ବଡ଼ଚଣାରେ ପୋଲିସକୁ ଆକ୍ରମଣ କରାଯାଇଛି। ଏଥିରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ପୋଲିସ ଆହତ ହୋଇଛନ୍ତି। ବଡ଼ଚଣା ଥାନାର ୩ ଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ବଡ଼ଚଣା ଥାନା ପକ୍ଷରୁ ମାମଲା ରୁଜୁ ହୋଇଛି।
ନାବାଳିକାକୁ ଉଦ୍ଧାର କରିବାକୁ ଯାଇ ହଟହଟା ପୋଲିସ ; ୭ ପୋଲିସ ଆହତ
Advertisment
Follow Us