କଣେଇ ଚାହିଁଛି କାଳିଆ । ଝୁଲି ଝୁଲି ଆସୁଛ ସ୍ନାନବେଦିକୁ । ଏ ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ।
ଦେଖ... ଦେଖ ଆସିଗଲେ ମହାପ୍ରଭୁ । ଅପଲକ ନୟନରେ ଚାହିଁଛନ୍ତି କୋଟି କୈବଲ୍ୟନାଥ । ସ୍ନାନବେଦିକୁ ଭିଡ଼ୁଛନ୍ତି ଦଇତା ।
ତୁମ ବିନା ମୋର କି ସୁଖ କି ଦୁଃଖ ପ୍ରଭୁ । ହାତ ଟେକି ଚାହିଁଛି, ଆଶିଷ ଦେବ ।
ଚକାନୟନକୁ ଦେଖିବାକୁ ଦେଖନ୍ତୁ କଭଳି ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ ।
ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ସ୍ନାନବେଦିରେ ଅପସର ଦେଇ ଅନାଇ ବସିଛନ୍ତି ବଡ଼ଠାକୁର ।
ଆସ ହେ ମହାପ୍ରଭୁ... ଅପୂର୍ବ ଠାଣିରେ ଧୀରେଧୀରେ ସ୍ନାନବେଦିକୁ ବିଜେ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ ।
Follow Us