କନକ ବ୍ୟୁରୋ: କିଛି ଦିନ ନଯାଉଣୁ ଦେବଭୂମି ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଜଳପ୍ରଳୟ ।  ଉପରକୁ ମାଡିଆସିଛି ପ୍ରଳୟ । ସୋମବାର ମଝି ରାତିରେ ଡେରାଡୁନର ସହଶସ୍ତ୍ରଧାରାର ଦୁଇଟି ସ୍ଥାନରେ ବାଦଲ ଫାଟିବା ଯୋଗୁଁ ପ୍ରଳୟଙ୍କାରୀ ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଘରଦ୍ବାରା ଭାସିଯାଇଛି,କେଉଁଠି ଯାନବାହାନ କାଦୁଅ ମାଟିରେ ଫଶି ରହିଛି । ଗତକାଲି ଯେଉଁଠି ଚଳଚଞ୍ଚଳ ବଜାରଘାଟ ଥିଲା ଆଜି ସେଠି ଖାଁ ଖାଁ । କାଦୁଆ ମିଶା ଗୋଳିଆ ପାଣିରେ ଭାସୁଛି ଘରଦ୍ବାର। ତେବେ ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରଖିଛି ସେନା ଓ ଏନଡିଆରଏଫ ଟିମ । ଲଗାଣବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ ବଡ ଗାତ ହେବା ସହ କେଉଁଠି ପଥରଖଣ୍ଡ ପଡ଼ି ରହିଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ଫଶି ରହିଛନ୍ତି ପର୍ଯ୍ୟଟକ । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ତେଣୁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଥଇଥାନ କରାଯାଉଛି । କେନ୍ଦ୍ର ସରକାରଙ୍କୁ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।  ଉତ୍ତରାଖଣ୍ଡ ବନ୍ୟାରେ ୧୦ଜଣକୁ ଅଧିକ ପ୍ରାଣ ହରାଇଲେଣି ।