କନକ ବ୍ୟୁରୋ : ଖରା ବଢ଼ିବା ସହ ବଢ଼ିଲାଣି ଗରମ ଗୁଳୁଗୁଳି। ଏଭଳି ସ୍ଥିତିରେ ଖୋଜା ପଡ଼ିଲାଣି ଥଣ୍ଡା ପାଣି। ଗାଁରେ ତ ଅନେକ ସ୍ଥାନରେ ଟ୍ୟୁବୱେଲ୍ ରହିଛି। ମାତ୍ର ସହରରେ ଟ୍ୟୁବୱେଲ୍ ଖୋଜିଲେ ବି ମିଳିବନି। ପିଇବା ପାଣି ପାଇଁ ଯେଉଁଠି ସବୁ ୱାଟର ପୋଷ୍ଟ କରାଯାଇଥିଲା ତାହା ଏବେ ଅଚଳ ହୋଇ ପଡ଼ିଛି।
ଷ୍ଟାଣ୍ଡପୋଷ୍ଟ ଅଛି, ବାହାରୁନି ପାଣି। କେଉଁଠି ଆବର୍ଜନା ପଡ଼ି ଦୁର୍ଗନ୍ଧ ବାହାରୁଛି ତ ଆଉ କେଉଁଠି ଉଠା ଦୋକାନୀଙ୍କ କବଜାରେ। କିଛି ସ୍ଥାନରେ ମରାଯାଇଛି ବିଜ୍ଞାପନ। କିଛି ସ୍ଥାନ ପାଲଟିଛି ପରିବା ବ୍ୟବସାୟୀଙ୍କ ଷ୍ଟୋର୍। ବାଲେଶ୍ବର ସହରରେ ଥିବା ବିଭିନ୍ନ ୱାଟର ପୋଷ୍ଟର ଏବେ ଏଭଳି ସ୍ଥିତି। ଅଧିକାଂଶ ସ୍ଥାନରେ ଆସୁନି ପାଣି। ଯେଉଁଠି ଆସୁଛି ସେଠାରେ ମୁନ୍ଦେ ମୁନ୍ଦେ କରି ଆସୁଛି, ବୋତଲ ଭରିବାକୁ ଲାଗୁଛି ଅନେକ ସମୟ। କିଛି ସ୍ଥାନରେ ଟ୍ୟାପ୍ ପାଣି ଏତେ ଗୋଳିଆ ଆସୁଛି ଯେ ତାହା ପିଇବା ଉପଯୋଗୀ ବି ନୁହେଁ। ଫଳରେ ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ସାଧାରଣ ଲୋକେ।
ଅଧିକ ପଢ଼ନ୍ତୁ-ରାଜଧାନୀରୁ ରାଉରକେଲା,ବାଲେଶ୍ବରରୁ ବାରିପଦା ; ସକାଳ ହେଉ କି ସଞ୍ଜ ନାରୀ ଏଠି ନୁହେଁ
ସହରରେ ୨୦ରୁ ଅଧିକ ୱାଟର ପୋଷ୍ଟ ରହିଛି। କିଛି ପୌରପାଳିକା କରିଛି ତ ଆଉ କିଛି ସହୃଦୟ ବ୍ୟକ୍ତି ବା ସଂଗଠନ ଲଗାଇଛନ୍ତି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଅଧାରୁ ଅଧିକ ସ୍ଥାନରେ ଏହା କାମରେ ଆସୁନି। ହସ୍ପିଟାଲ ଭିତରେ ଥିବା ୩ଟି ୱାଟର ପୋଷ୍ଟର ମଧ୍ୟ ସମାନ ଅବସ୍ଥା। ଅନ୍ୟପଟେ ଖୁବଶୀଘ୍ର ଏହାର ମରାମତି କରାଯିବ ବୋଲି ପୌରାଧ୍ୟକ୍ଷା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a8-2026-03-06-19-09-11.jpg)