କନକ ବ୍ୟୁରୋ : ଧର୍ଯ୍ୟ, ପରାକାଷ୍ଠାର ପ୍ରତୀକ ଅପରେସନ ସିନ୍ଦୂର । ସଂକଳ୍ପ ଶୌର୍ଯ୍ୟର ପ୍ରତୀକ ଅପରେସନ ସିନ୍ଦୂର । ଶତ୍ରୁଙ୍କ ପାଇଁ ଲକ୍ଷ୍ମଣ ରେଖା ଅପରେସନ ସିନ୍ଦୂର । ସରଳ,ସ୍ପଷ୍ଟ ଭାଷାରେ ଶତ୍ରୁଙ୍କୁ ପୁଣି ଥରେ ଭାରତ ଦେଇଛି କଡ଼ା ଚେତାବନୀ । ଶୁକ୍ରବାର ଭୁଜ ଏୟାରବେସରେ ପହଁଚି ବାୟୁଯୋଦ୍ଧାଙ୍କ ମନୋବଳ ବଢ଼ାଇବା ସହ ପାକିସ୍ତାନକୁ ରୋକଠୋକ ଶୁଣାଇଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Advertisment

ରାଜନାଥ କହିଛନ୍ତି ପାକିସ୍ତାନର ଘରେ ପଶି ଜବାବ ଦେଇ ଭାରତ ଏକଥା ସ୍ପଷ୍ଟ କରିଛି ଯେ,

  • କୌଣସି ପରିସ୍ଥିତିରେ ଆତଙ୍କବାଦକୁ ପ୍ରଶ୍ରୟ ଦେବନି ଭାରତ 
  • ପ୍ରତି ଆକ୍ରମଣର ପାଲଟା ଜବାବ ଗଣି ଗଣି ଦିଆଯିବ 
  • ଆତଙ୍କବାଦ ଓ ଦ୍ବିପାକ୍ଷିକ ଆଲୋଚନା ଏକାଠି ଅସମ୍ଭବ
  • କେବଳ ଆତଙ୍କବାଦ ଓ ପିଓକେ ବାବଦରେ ଆଲୋଚନା ହେବ
  • ‘ଅପରେସନ୍‌ ସିନ୍ଦୂର’ ପାକିସ୍ତାନର ମୁଖା ଖୋଲିଛି
  • ଭାରତର ପ୍ରତି ଆକ୍ରମଣ ଗୋଟି ଗୋଟି ଜବାବ ଦେବ 
  • ‘ଅପରେସନ୍‌ ସିନ୍ଦୂର’ ଶତ୍ରୁଙ୍କ ପାଇଁ ଲକ୍ଷ୍ମଣ ରେଖା
  • ‘ଅପରେସନ୍‌ ସିନ୍ଦୂର’ ସଂକଳ୍ପ ଓ ସେନା ଶୌର୍ଯ୍ୟର ପ୍ରତୀକ
  • ଆତଙ୍କୀ ଧର୍ମ ଦେଖି ନିରୀହ ଲୋକଙ୍କୁ ହତ୍ୟା କରିଥିଲେ
  • ଭାରତ ଆତଙ୍କୀଙ୍କ କର୍ମ ଦେଖି ସେମାନଙ୍କୁ ନିପାତ କରିଛି

ଭୁଜ ଏୟାରବେସ ଦକ୍ଷିଣ ପଶ୍ଚିମ ବାୟୁ କମାଣ୍ଡ ଅଧୀନରେ କାର୍ଯ୍ୟ କରେ । ଭୁଜ, ଏଠାରେ ରହିଛି ୨୭ ୱିଙ୍ଗ । ଭାରତ-ପାକିସ୍ତାନ ସୀମା ନିକଟରେ ଥିବାରୁ ଏହା ବାୟୁ ପ୍ରତିରକ୍ଷା ଏବଂ ନିରୀକ୍ଷଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘାଟି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସକାଳେ ପଞ୍ଜାବର ଆଦମପୁର ବାୟୁସେନା ବୀର ବାୟୁଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ମନୋବଳ ବଢ଼ାଇଥିଲେ ।