ପାକିସ୍ତାନରେ ହନୁମାନଙ୍କ ଭଳି ପଶିଲେ ଯବାନ ; ସୀମାରେ ପହଞ୍ଚିଲେ ପ୍ରତିରକ୍ଷାମନ୍ତ୍ରୀ

Advertisment

'ଅପରେସନ୍ ସିନ୍ଦୂର’କୁ ପାକିସ୍ତାନ ବିରୋଧରେ ଭାରତର କଡା ଜବାବ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ, ଯିଏ ଆମକୁ ମାରିଲା ଆମେ ତାକୁ ମାରିଲୁ ।

'ଅପରେସନ୍ ସିନ୍ଦୂର’କୁ ପାକିସ୍ତାନ ବିରୋଧରେ ଭାରତର କଡା ଜବାବ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ, ଯିଏ ଆମକୁ ମାରିଲା ଆମେ ତାକୁ ମାରିଲୁ ।

Rajnath Singh

Rajnath Singh Photograph: (KanakNews)

କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର, ଆତଙ୍କୀଙ୍କ ବିରୋଧରେ କଡା ଜବାବ
                  ’ଅପରେସନ୍ ସିନ୍ଦୂର’କୁ ହନୁମାନଙ୍କ ସହ ତୁଳନା କଲେ ରାଜନାଥ ସିଂ
                     ଅପରେସନ୍ ସିନ୍ଦୂର; ମାଟିରେ ମିଶିଲା ଆତଙ୍କୀ ଆଡ୍ଡା
'ଅପରେସନ୍ ସିନ୍ଦୂର’କୁ ପାକିସ୍ତାନ ବିରୋଧରେ ଭାରତର କଡା ଜବାବ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ, ଯିଏ ଆମକୁ ମାରିଲା ଆମେ ତାକୁ ମାରିଲୁ । ଏହା ଭାରତର ’ରାଇଟ୍ ଟୁ ରେସପନ୍ସ’ । ଏବେ ଅପରେସନ୍ ସିନ୍ଦୂରକୁ ଆତଙ୍କୀ ଆଡ୍ଡା ଯାଏଁ ସୀମିତ ରଖାଯାଇଛି । ଖୁବ୍ ସତର୍କତାର ସହ ସେନା ଏହି ଅପରେସନ୍ କରୁଛନ୍ତି । ଏଥିପାଇଁ ସେନା ଯବାନଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍ ପଡିବ’ ।

ଏହାସହ ’ଅପରେସନ୍ ସିନ୍ଦୂର’କୁ ହନୁମାନଜୀଙ୍କ ସହ ତୁଳନା କଲେ ରାଜନାଥ । କହିଲେ, ଯେମିତି ହନୁମାନଜୀ ଲଙ୍କାରେ ପଶି ରାକ୍ଷସ ଗଡକୁ ଧ୍ବଂସ କରିଥିଲେ, ସେମିତି ଭାରତ ପାକିସ୍ତାନ ଭିତରେ ପଶି ଆତଙ୍କୀ ଗଡକୁ ଧ୍ବଂସ କରିଛି । ଭାରତୀୟ ସେନା ହନୁମାନଜୀଙ୍କ ଆଦର୍ଶକୁ ପାଳନ କରିଛନ୍ତି । ଭାରତ କେବଳ ସେହିମାନଙ୍କୁ ମାରିଛି ଯେଉଁମାନେ ଆମ ଭାରତୀୟଙ୍କୁ ମାରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe