କନକ ବ୍ୟୁରୋ : ଟ୍ରମ୍ପଙ୍କ ଟାରିଫ୍କୁ ନେଇ ରାଜନାଥଙ୍କ ରଣହୁଙ୍କାର । ନାଁ ନ ନେଇ ତେରେଛା ବାଣ ମାରିଲେ ପ୍ରତିରକ୍ଷା ମନ୍ତ୍ରୀ । କହିଲେ , ଭାରତ ହେଉଛି ବିଶ୍ୱର ଦ୍ରୁତତମ ବିକାଶ କରୁଥିବା ଦେଶ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଭାରତର ଏହି ବିକାଶ ପସନ୍ଦ ନୁହେଁ । ସେମାନେ ନିଜକୁ ଦୁନିଆର ବସ୍ ବୋଲି ଭାବି ବସିଛନ୍ତି । ଭାରତ କିପରି ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ତାହା ସେମାନେ ବୁଝିପାରୁନାହାନ୍ତି । ସେମାନେ ଚାହୁଛନ୍ତି ଭାରତରେ ଭାରତୀୟଙ୍କ ଦ୍ୱାରା ତିଆରି ହେଉଥିବା ଜିନିଷ ଯଦି ଅନ୍ୟ କୌଣସି ଦେଶକୁ ଯାଏ, ତେବେ ତାହା ସେହି ଦେଶରେ ତିଆରି ହେଉଥିବା ଜିନିଷଠାରୁ ଅଧିକ ମହଙ୍ଗା ହୋଇଯାଉ । ଯାହାଫଳରେ ବିଶ୍ୱର ଲୋକମାନେ ତାକୁ କିଣିବେ ନାହିଁ । କିନ୍ତୁ ଭାରତ ଆଜି ଯେଉଁ ଦ୍ରୁତ ଗତିରେ ଆଗକୁ ବଢୁଛି, ଦିନେ ଭାରତ ବିଶ୍ୱର ଏକ ବଡ଼ ଶକ୍ତି ଭାବେ ଉଭା ହେବ।
ସେ ଆହୁରି ମଧ୍ୟ କହିଛନ୍ତି, "ଯେତେବେଳେ ପ୍ରତିରକ୍ଷା କ୍ଷେତ୍ର କଥା ଆସେ, ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ବର୍ତ୍ତମାନ ଆମେ ୨୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଆମେ ରପ୍ତାନି କରୁଛୁ । ଏହା ହେଉଛି ଭାରତର ଶକ୍ତି, ଏହା ନୂଆ ଭାରତର ନୂଆ ପ୍ରତିରକ୍ଷା କ୍ଷେତ୍ର ଏବଂ ରପ୍ତାନି କ୍ରମାଗତ ଭାବେ ବୃଦ୍ଧି ପାଉଛି ।
#WATCH Raisen, Madhya Pradesh: Defence Minister Rajnath Singh says, "There are some people who are not happy with the speed at which India is developing. They are not liking it. 'Sabke boss toh hum hain', how is India growing at such a fast pace? And many are trying that the… pic.twitter.com/kucYjXnNNX
— ANI (@ANI) August 10, 2025
ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ 'ଅପରେସନ୍ ସିନ୍ଦୂର' ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀମାନେ ପହଲଗାମରେ ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ମାରିଥିଲେ, କିନ୍ତୁ ଭାରତ ଆତଙ୍କବାଦୀଙ୍କ କର୍ମ ଦେଖି ଜବାବ ଦେଇଛି । ସେ ଏହି କଥା ଭୋପାଳରେ ମାନୁଫ୍ୟାକ୍ଚରିଂ ପାଇଁ BEML ରେଳ ହବରେ 'ନେକ୍ସଟ୍ଜେନ୍ ରୋଲିଂ ଷ୍ଟକ୍ ଫ୍ୟାକ୍ଟ୍ରି'ର ଭୂମି ପୂଜନ ସମାରୋହରେ କହିଛନ୍ତି ।ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଆଜି BEMLର ନୂଆ ରେଳ କୋଚ୍ କାରଖାନାର ଭୂମି ପୂଜନ ସହିତ ଶିଳ୍ପ ବିକାଶକୁ ଏକ ନୂଆ ଦିଗ ମିଳିଛି । ଏହି ପ୍ରକଳ୍ପରେ ପ୍ରାୟ ୧,୮୦୦ କୋଟି ଟଙ୍କାର ନିବେଶ ହେବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ କାରଖାନାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏଠାରେ କେବଳ ରେଳ ଡବା ନିର୍ମାଣ ହେବ ନାହିଁ, ବରଂ ରେଳବାଇର ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ପ୍ରସ୍ତୁତ କରାଯିବ ।