ପାକିସ୍ତାନକୁ ରାଜନାଥଙ୍କ ପରୋକ୍ଷ ଧମକ : କହିଲେ , ‘ଦିନ ଆସିବ ପିଓକେ ବି କହିବ ଆମେ ଭାରତର’

Advertisment

ମରକ୍କୋରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାବାଟରେ ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ସେ ଭାରତୀୟଙ୍କ କଠିନ ପରିଶ୍ରମ ଓ ମରକ୍କୋର ବିକାଶରେ ଯୋଗଦାନକୁ ପ୍ରଶଂସା କରିଥିଲେ ।

ମରକ୍କୋରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାବାଟରେ ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ସେ ଭାରତୀୟଙ୍କ କଠିନ ପରିଶ୍ରମ ଓ ମରକ୍କୋର ବିକାଶରେ ଯୋଗଦାନକୁ ପ୍ରଶଂସା କରିଥିଲେ ।

rajnath

rajnath Photograph: (google)

କନକ ବ୍ୟୁରୋ : ମରକ୍କୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ବଡ଼ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେ କହିଛନ୍ତି, ଦିନେ ଏମିତି ସମୟ ଆସିବ, ପାକିସ୍ତାନ ଅଧିକୃତ କାଶ୍ମୀର- ପିଓକେ କହିବ ସେ ବି ଭାରତର । ଯୁଦ୍ଧର ଆବଶ୍ୟକତା ପଡ଼ିବନି, ସେମାନେ ଆପେ ମିଶିବେ । ପିଓକେବାସୀ ସ୍ବାଧୀନତା ଚାହୁଛନ୍ତି । ମରକ୍କୋରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାବାଟରେ ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ସେ ଭାରତୀୟଙ୍କ କଠିନ ପରିଶ୍ରମ ଓ ମରକ୍କୋର ବିକାଶରେ ଯୋଗଦାନକୁ ପ୍ରଶଂସା କରିଥିଲେ । ଏହା ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମରକ୍କୋ ଗସ୍ତ । 

ବେରେଚିଡ଼ରେ ଟାଟାର ନୂଆ ପ୍ରତିରକ୍ଷା କାରଖାନା ଉଦ୍‌ଘାଟନ କରିଛନ୍ତି ରାଜନାଥ, ଯାହା ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ମାଇଲଖୁଣ୍ଟ । ମରକ୍କୋ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ ଲୋଧି ଓ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ରିଆଡ ମେଜୋଆରଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବା  ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe