କନକ ବ୍ୟୁରୋ : ମରକ୍କୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ବଡ଼ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେ କହିଛନ୍ତି, ଦିନେ ଏମିତି ସମୟ ଆସିବ, ପାକିସ୍ତାନ ଅଧିକୃତ କାଶ୍ମୀର- ପିଓକେ କହିବ ସେ ବି ଭାରତର । ଯୁଦ୍ଧର ଆବଶ୍ୟକତା ପଡ଼ିବନି, ସେମାନେ ଆପେ ମିଶିବେ । ପିଓକେବାସୀ ସ୍ବାଧୀନତା ଚାହୁଛନ୍ତି । ମରକ୍କୋରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାବାଟରେ ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ସେ ଭାରତୀୟଙ୍କ କଠିନ ପରିଶ୍ରମ ଓ ମରକ୍କୋର ବିକାଶରେ ଯୋଗଦାନକୁ ପ୍ରଶଂସା କରିଥିଲେ । ଏହା ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମରକ୍କୋ ଗସ୍ତ ।
ବେରେଚିଡ଼ରେ ଟାଟାର ନୂଆ ପ୍ରତିରକ୍ଷା କାରଖାନା ଉଦ୍ଘାଟନ କରିଛନ୍ତି ରାଜନାଥ, ଯାହା ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ମାଇଲଖୁଣ୍ଟ । ମରକ୍କୋ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ ଲୋଧି ଓ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ରିଆଡ ମେଜୋଆରଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବା ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/22/rajnath-2025-09-22-14-28-44.jpg)