କନକ ବ୍ୟୁରୋ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା,କହିଲେ,ଏବେବି ଜାରି ରହିଛି ଅପରେସନ୍ ସିନ୍ଦୂର । ଆମେ ପିଓକେ ଆତଙ୍କୀ ସଙ୍ଗଠନକୁ ଧ୍ୱଂସ କରିଛୁ ଏବଂ ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ କରିଛୁ । ଭାରତୀୟ ସେନା ଅକଳ୍ପନୀୟ କାମ କରିଛି,ଆମ ସେନା ଅଦମ୍ୟ ସାହସ ଓ ସୌର୍ଯ୍ୟ ଦେଖାଇଛନ୍ତି । ଆମେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିନୁ କିନ୍ତୁ ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି । ପୂରା ବିଶ୍ୱ କାଲି ଦେଖିଲା ସେନାର ଶକ୍ତି,ପାକ୍ ଉପରେ ଆକ୍ରମଣ କରିଛି ଭାରତ ।
ଅପରେସନ୍ ସିନ୍ଦୂର ପରେ ବିଳିବିଳାଉଛି ପାକ୍,ଭାରତ ଉପରେ ପାକ୍ର ଆକ୍ରମଣ ପ୍ରୟାସ । ଗତ କାଲି ରାତିରେ ପାକ୍ ପକ୍ଷରୁ ହୋଇଥିଲା ଆକ୍ରମଣ ପ୍ରୟାସ,ପାକ୍ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତର ୧୫ଟି ସହର ଉପରେ ପାକିସ୍ତାନ କରିଥିଲା ଆକ୍ରମଣ ଉଦ୍ୟମ କିନ୍ତୁ ଡ୍ରୋନ୍ ମିସାଇଲ୍ ଖସାଇଲା ଭାରତ । ଭାରତ ବ୍ୟବହାର କଲା ସୁଦର୍ଶନ ଚକ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/08/7zeUr9eGmN68LsHTSyHm.jpg)