ଦୁଇ ଦିନ ପାଇଁ ମରକ୍କୋ ଯିବେ ରାଜନାଥ ; ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରଥମ ଗସ୍ତ

କାଲିଠୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇ ଦିନିଆ ମରକ୍କୋ ଗସ୍ତ । ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ଯିବେ କୌଣସି ଆଫ୍ରିକୀୟ ଦେଶ  । ବଡ଼ ଚୁକ୍ତି ସମ୍ଭାବନା  

49

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲିଠାରୁ ଦୁଇ ଦିନିଆ ମରକ୍କୋ ଗସ୍ତରେ ଯିବେ । ଏହା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ମରକ୍କୋ ଗସ୍ତ ହେବ । ଏଥିପାଇଁ ମରକ୍କୋ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ ଲୋଧି ନିମନ୍ତ୍ରଣ କରିଛନ୍ତି । ରାଜନାଥଙ୍କ ଗସ୍ତଦ୍ୱାରା  ଭାରତ ଏବଂ ମରକ୍କୋ ମଧ୍ୟରେ ରଣନୈତିକ, ଶିଳ୍ପ ଓ ବାଣିଜ୍ୟ ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । 

ସୂଚନା ମୁତାବକ, ରାଜନାଥ ସିଂହ ମରକ୍କୋ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ ଲୋଧି ଓ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ରିଆଡ ମେଜୋଆରଙ୍କ ସହିତ ଆଲୋଚନା କରିବେ । ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ  ବୋଲି   ଆଶା କରାଯାଉଛି  । ରାଜନାଥ ସିଂହ ରାବାଟରେ ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବେ ।   ରାଜନାଥ ସିଂହଙ୍କ ଗସ୍ତର ଏକ ପ୍ରମୁଖ ଆକର୍ଷଣ ହେବ ଟାଟା ଆଡଭାନ୍ସଡ୍ ସିଷ୍ଟମର ନୂତନ ଉତ୍ପାଦ ସୁବିଧାର ଉଦଘାଟନ , ଯାହା ବେରେଚିଡରେ ୮ ବାଇ ୮ ଚକିଆ ଆର୍ମର୍ଡ ପ୍ଲାଟଫର୍ମ ନିର୍ମାଣ କରିବ, ଯାହା  ଏକ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe