କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲିଠାରୁ ଦୁଇ ଦିନିଆ ମରକ୍କୋ ଗସ୍ତରେ ଯିବେ । ଏହା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ମରକ୍କୋ ଗସ୍ତ ହେବ । ଏଥିପାଇଁ ମରକ୍କୋ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ ଲୋଧି ନିମନ୍ତ୍ରଣ କରିଛନ୍ତି । ରାଜନାଥଙ୍କ ଗସ୍ତଦ୍ୱାରା  ଭାରତ ଏବଂ ମରକ୍କୋ ମଧ୍ୟରେ ରଣନୈତିକ, ଶିଳ୍ପ ଓ ବାଣିଜ୍ୟ ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । 

Advertisment

ସୂଚନା ମୁତାବକ, ରାଜନାଥ ସିଂହ ମରକ୍କୋ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ ଲୋଧି ଓ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ରିଆଡ ମେଜୋଆରଙ୍କ ସହିତ ଆଲୋଚନା କରିବେ । ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ  ବୋଲି   ଆଶା କରାଯାଉଛି  । ରାଜନାଥ ସିଂହ ରାବାଟରେ ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବେ ।   ରାଜନାଥ ସିଂହଙ୍କ ଗସ୍ତର ଏକ ପ୍ରମୁଖ ଆକର୍ଷଣ ହେବ ଟାଟା ଆଡଭାନ୍ସଡ୍ ସିଷ୍ଟମର ନୂତନ ଉତ୍ପାଦ ସୁବିଧାର ଉଦଘାଟନ , ଯାହା ବେରେଚିଡରେ ୮ ବାଇ ୮ ଚକିଆ ଆର୍ମର୍ଡ ପ୍ଲାଟଫର୍ମ ନିର୍ମାଣ କରିବ, ଯାହା  ଏକ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ  ।