କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ଚେତାବନୀ ।  ହତ୍ୟା କରିଥିବା ଆତଙ୍କବାଦୀ ନୁହେଁ ଏହା ପଛରେ ଥିବା କାହାରିଙ୍କୁ ଛଡାଯିବନି ବୋଲି କହିଛନ୍ତି ରାଜନାଥ ସିଂ । ଯେଉଁମାନେ ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଛନ୍ତି ସମସ୍ତଙ୍କୁ ଧରାଯିବ । କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯିବା ପରେ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।