କନକ ବ୍ୟୁରୋ: ମହାକାଶଚାରୀ ତଥା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି । ଏହି ସମୟରେ ସଫଳ ମହାକାଶ ଯାତ୍ରାକୁ ନେଇ ଶୁଭାଂଶୁଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ସ୍ପେଶ ଏକ୍ସର ଅକ୍ସିଅମ-୪ ମିଶନରେ ଅନ୍ୟ ୩ ସହଯୋଗୀଙ୍କ ସହ ମହାକାଶକୁ ଯାଇ ୧୪ ଦିନ ରହିବା ସହ ଭୁପୃଷ୍ଠକୁ ଫେରିଥିଲେ ଶୁଭାଶୁଂ । ନିକଟରେ ସେ ଭାରତକୁ ଫେରିଥିବା ବେଳେ ନୂଆଦିଲ୍ଲୀରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ଶୁଭାଂଶୁ ।
ମହାକାଶର ହିରୋଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ସଫଳ ମହାକାଶ ଯାତ୍ରାକୁ ନେଇ ଜଣାଇଲେ ଶୁଭେଚ୍ଛା
ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ସ୍ପେଶ ଏକ୍ସର ଅକ୍ସିଅମ-୪ ମିଶନରେ ଅନ୍ୟ ୩ ସହଯୋଗୀଙ୍କ ସହ ମହାକାଶକୁ ଯାଇ ୧୪ ଦିନ ରହିବା ସହ ଭୁପୃଷ୍ଠକୁ ଫେରିଥିଲେ ଶୁଭାଶୁଂ ।
/kanak/media/media_files/2025/08/21/space-hero-2025-08-21-14-24-22.jpg)