କନକ ବ୍ୟୁରୋ : ଶାହରୁଖ ଖାନ୍ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ଏବେ ବଢ଼ିଲା ଅଡ଼ୁଆ । ମୁମ୍ବାଇର ବରିଷ୍ଠ ପୁଲିସ ଅଧିକାରୀ ସମୀର ୱାଙ୍ଖଡେ ଦିଲ୍ଲୀ ହାଇକୋର୍ଟରେ ଖାନ୍ ପରିବାର ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ୱାଙ୍ଖଡେ ଅଭିଯୋଗ ଆଣି କହିଛନ୍ତି ଯେ ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ବେଡ୍ସ ଅଫ୍ ବଲିଉଡ୍’ ରେ ତାଙ୍କ ବ୍ୟକ୍ତିଗତ ଏବଂ ପେସାଗତ ଛବିକୁ ଖରାପ ଦେଖାଇବା ପାଇଁ ଚେଷ୍ଟା କରାଯାଇଛି । ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖଡେ ଆର୍ୟନ ଖାନଙ୍କ ଦ୍ବାରା ନିର୍ଦ୍ଦେଶିତ ନେଟଫ୍ଲିକ୍ସ ସିରିଜ୍ ‘ଦ ବେଡ୍ସ ଅଫ୍ ବଲିଉଡ୍’ ରେ ନିଜ ଚରିତ୍ରକୁ ନେଇ ନେଟଫ୍ଲିକ୍ସ ଏବଂ ଶାହରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । 

Advertisment
srk
srk Photograph: (google)

ୱାଙ୍ଖଡେ ଶାହରୁଖ ଖାନ ଏବଂ ତାଙ୍କ କମ୍ପାନି ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟକୁ ୨ କୋଟି ଟଙ୍କା ଦାବି କରିଛନ୍ତି । ଯାହାକୁ ସେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେମୋରିୟଲ୍ କ୍ୟାନ୍ସର ହସ୍ପିଟାଲକୁ ଦାନ କରିବେ । ୱାଙ୍ଖଡେ ଆହୁରି କହିଛନ୍ତି ଯେ ଏହି ସିରିଜ୍ ନିଶା ବଟିକା ବିରୋଧରେ ପ୍ରବର୍ତ୍ତନ ଏଜେନ୍ସିକୁ ଭ୍ରମାତ୍ମକ ଏବଂ ନକରାତ୍ମକ ଚିତ୍ରଣ କରୁଛି । ଯାହାଦ୍ବାରା ଆଇନ୍ ଏବଂ ପ୍ରବର୍ତ୍ତନ ସଂସ୍ଥା ଉପରେ ଜନତାଙ୍କ ବିଶ୍ବାସ କମିବାରେ ଲାଗିଛି ।