କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ଼ ଖବର ଆସିଛି। ୨୦୨୪ରେ ରିଲିଜ୍ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'କଲ୍କି ୨୮୯୮ଏଡି'ର ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ । ନିର୍ମାତା ଏନେଇ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଅଭିନେତ୍ରୀ ଆଉ ଦ୍ବିତୀୟ ଭାଗରେ ନଜର ଆସିବେନି ।
ନାଗ ଅଶ୍ୱିନଙ୍କ ଦ୍ବାରା ନିର୍ଦ୍ଦେଶିତ "କଳକି ୨୮୯୮ ଏଡି"ର ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ଖବର ସେୟାର କରିଛି । ପୋଷ୍ଟରେ ଲେଖାଯାଇଛି ଯେ, "ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଉଛି ଯେ, ଦୀପିକା ପାଦୁକୋନ ଫିଲ୍ମ "କଳକି ୨୮୯୮ ଏଡି"ର ଆଗାମୀ ସିକ୍ୱେଲ୍ର ଅଂଶ ହେବେ ନାହିଁ । ବହୁତ ବିଚାର ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଥମ ଫିଲ୍ମରୁ ଦୀର୍ଘ ଯାତ୍ରା ସତ୍ତ୍ୱେ, ଆମେ ସହଭାଗୀତା ପାଇଲୁ ନାହିଁ । ଏବଂ "କଳକି ୨୮୯୮ ଏଡି" ଭଳି ଏକ ଫିଲ୍ମ ଅଧିକ ପ୍ରତିବଦ୍ଧତା ପାଇବାକୁ ଯୋଗ୍ୟ । ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ ।"
ପୋଷ୍ଟରେ ଏହା ସ୍ପଷ୍ଟ ଭାବରେ ସୂଚାଇ ଦିଆଯାଇଛି ଯେ, ନିର୍ମାତାମାନେ ଦୀପିକାଙ୍କର ଫିଲ୍ମ ପ୍ରତି ପ୍ରତିବଦ୍ଧତା ଉପରେ ସନ୍ଦେହ ରହିଛି, ଯେଉଁ କାରଣରୁ ତାଙ୍କୁ ପ୍ରୋଜେକ୍ଟରୁ ବାହାର କରିଦିଆଯାଇ ଛି।
ଏହା ପୂର୍ବରୁ, ଦୀପିକା ପାଦୁକୋନଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ "ସ୍ପିରିଟ୍"ରୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବାହାର କରିଥିଲେ। ସେ କହିଥିଲେ ଯେ, ଦୀପିକା ଅନେକ ଦାବି କରିଥିଲେ ଯାହା ନିର୍ମାତାଙ୍କୁ ପସନ୍ଦ ଆସିନଥିଲା, ଯେଉଁଥିରେ ୮ଘଣ୍ଟାର ସିଫ୍ଟ ମଧ୍ୟ ସାମିଲ ଥିଲା। ତେଣୁ ତାଙ୍କର ଏଭଳି ଦାବି ମାନିବା ଅପେକ୍ଷା ତାଙ୍କୁ ଫିଲ୍ମରୁ ବାହାର କରିଦେବା ଭଲ ବୋଲି ବିଚାର କରାଗଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/19/deepika-1-2025-09-19-11-24-27.jpg)