ମା’ ହେଲେ ଦୀପିକା ; ଗଣେଶ ଚତୁର୍ଥୀରେ ରଣବୀରଙ୍କ ଘରକୁ ଆସିଲେ କୁନି ଲକ୍ଷ୍ମୀ

କନ୍ୟା ସନ୍ତାନର ମା’ ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଗଣେଶ ଚତୁର୍ଥୀରେ ରଣବୀରଙ୍କ ଘରକୁ ଆସିଲେ କୁନି ଲକ୍ଷ୍ମୀ

dipika

କନକ ବ୍ୟୁରୋ: କନ୍ୟା ସନ୍ତାନର ମା’ ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ନିକଟରେ ଦୀପିକା ଓ ରଣବୀରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଥିବାବେଳେ ଏହି ଘଟଣା ପରେ ସେମାନଙ୍କ ଗାଡିକୁ ମୁମ୍ବାଇ ରେଲାଏନ୍ସ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା । ହେଲେ ଆଜି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । କାରଣ କନ୍ୟା ସନ୍ତାନର ମା’ ହୋଇଛନ୍ତି ଦୀପିକା । 

ଦୀପିକା କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବି ଟାଉନ୍ ରିପୋର୍ଟର ମାନବ ମଙ୍ଗଲାନି । ଯଦିଓ ଏନେଇ ଦୀପିକା କିମ୍ବା ସ୍ୱାମୀ ରଣବୀରଙ୍କ ପକ୍ଷରୁ କୌଣସି ଖବର ମିଳିନାହିଁ । ଦୀପିକା ସେପ୍ଟେମ୍ବର ଶେଷ ଆଡକୁ ମା’ ହେବା ଖବର ଶୁଣିବାକୁ ମିଳୁଥିବାବେଳେ ତା ପୂର୍ବରୁ ହିଁ ମା’ ହେବାର ସୌଭାଗ୍ୟ ପାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe